Jai Odisha
News

ଏହି ଦେଶରେ 95 ବର୍ଷ ହେବ ଜନ୍ମ ହୋଇନାହାନ୍ତି ଶିଶୁ

ବିଶ୍ୱର ସବୁଠୁ ଛୋଟ ସହର ଭାଟିକାନ ସିଟି । ୯୫ ବର୍ଷ ତଳେ ଗଢିଉଠିଥିଲା ଏହି ଦେଶ । ତେବେ ଏ ପର୍ଯ୍ୟନ୍ତ ମଧ୍ୟ ସେଠି ଗୋଟିଏ ବି ଶିଶୁ ଜନ୍ମ ହୋଇନାହିଁ । ଦେଶ ଗଠନ ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏହି ଦେଶ କେବଳ ରୋମାନ କ୍ୟାଥୋଲିକ ଖ୍ରୀଷ୍ଟିଆନଙ୍କ ପାଇଁ କାମ କରିବ । ସମଗ୍ର ବିଶ୍ୱରେ ଯେତେ କ୍ୟାଥୋଲିକ ଚର୍ଚ୍ଚ ଓ ଖ୍ରୀଷ୍ଟିଆନ ଅଛି ସମସ୍ତଙ୍କ ସମ୍ପର୍କ ଏହି ଦେଶ ସହ ରହିଛି । ଦେଶ ଗଠନ ପରଠାରୁ ହସ୍ପିଟାଲ ହେବାର ଚର୍ଚ୍ଚା ସବୁଥର ହେଉଛି କିନ୍ତୁ ପ୍ରତିଥର ଏହାକୁ ଖାରଜ କରିଦିଆଯାଉଛି । ଏଠାରେ ଲୋକ କିମ୍ବା ଗର୍ଭବତୀ ମହିଳାରୋଗର ଶିକାର ହେଲେ ତାଙ୍କୁ ରୋମର ଏକ ହସ୍ପିଟାଲକୁ ପଠାଇଦିଆଯାଇଥାଏ । ଏଠି ପ୍ରାକୃତିକ ଉପାୟରେ ସନ୍ତାନ ପ୍ରସବ କରାଯାଏ ନାହିଁ ।ଯେକୌଣସି ମହିଳା ଯଦି ଗର୍ଭବତୀ ଥାଏ ତେବେ ସନ୍ତାନ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଦେଶ ବାହାରକୁ ପଠାଇଦିଆଯାଇଥାଏ । ଏହି ନିୟମ ଅତ୍ୟନ୍ତ କଡାକଡି ଭାବରେ ପାଳନ କରାଯାଏ । ଭାଟିକାନ ସିଟିରେ କାହାକୁ ସ୍ଥାୟୀ ନାଗରିକତା ର ପରିଚୟ ମିଳେନାହିଁ ।ଏହି ଭାଟିକାନ ସିଟି ଚଳାଉଛନ୍ତି ପୋପ୍ । ଏହି ଦେଶର ଲୋକସଂଖ୍ୟା ୮୦୦-୯୦୦ । ଏହି ଦେଶରେ କୌଣସି ଜେଲ ନାହିଁ । ଚୋରି, ଛିନତାଇ ଏଠାରେ ସାଧାରଣ ଅପରାଧ । ବିଶ୍ୱରେ ଅନ୍ୟ ସମସ୍ତ ଦେଶ ତୁଳନାରେ ଏଠି ଲୋକେ ଅତ୍ୟଧିକ ମଦ୍ୟପାନ କରନ୍ତି । ଏହି ଦେଶରେ ବିଶ୍ୱର ସବୁଠୁ ଛୋଟ ରେଳଷ୍ଟେସନ ମଧ୍ୟ ରହିଛି ।

Leave A Reply

Your email address will not be published.