Jai Odisha
News

ପୁରୀ ରଥ ଯାତ୍ରା ପାଇଁ ଶନିବାର ସମନ୍ଵୟ କିମିଟି ବୈଠକ ଅନୁଷ୍ଠିତ ହୋଇଛି

ବିଶ୍ବ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶନିବାର ବୈଠକ ଅନୁଷ୍ଠିତ ହୋଇଛି। ପୁରୀ ପୌର ସଦନରେ ପ୍ରଥମ ସମନ୍ଵୟ କିମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ସବୁ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି। କିଭଳି ସୁରୁଖୁରୁରେ ଏହି ରାଥଯାତ୍ରା ଅନୁଷ୍ଠିତ ହେବ ସେ ନେଇ ବୈଠକରେ ଆଲୋଚନା କରାଯିବ । ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି, ରଥ ନିର୍ମାଣ, ରଥକାଠ ଯୋଗାଣ ସହ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ, ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ଏହି ବୈଠକରେ ହେବ ।

Leave A Reply

Your email address will not be published.