Jai Odisha
News

ଶୋଷ ମେଣ୍ଟାଇବା ସହ ପାଣିରେ ମଜା କରୁଛନ୍ତି ହାତୀ ପରିବାର

ସାଧାରଣତଃ ହାତୀ ଏକ ବିଶାଳ ପ୍ରାଣୀ ହୋଇଥାଏ । କିନ୍ତୁ ବେଳେ ବେଳେ ସେମାନଙ୍କର କାର୍ଯ୍ୟକଳାପ ଏତେ ସୁନ୍ଦର ହୋଇଥାଏ ଯାହାକୁ ଦେତ୍କବା ପରେ କେହି ବି ଏମାନଙ୍କ ପ୍ରେମରେ ପଡ଼ିଯିବ । ଜଙ୍ଗଲରେ ହାତୀମାନଙ୍କୁ ଏକାଠି ଦେଖିବାର ଦୃଶ୍ୟ ଖୁବ୍ ସୁନ୍ଦର ହୋଇଥାଏ । ଆଉ ଯେତେବେଳେ ଏମାନେ ପୁରା ପରିବାର ସହ ଦେଖଯାଆନ୍ତି ସେମାନେ କୁବ୍ ମଜା କରିଥାନ୍ତି । ତେବେ ବର୍ତ୍ତମାନ ôଦରେ ଧିରେ ଗରମ ବଢୁଥବବା ବେଳେ ହାତୀମାନେ ପାଣି ପିଇବା ପାଇଁ ବିଭିନ୍ନ ଜଳ।।ୟ ନିକଯରେ ଦେଖାଯାଆନ୍ତି । ତେବେ ଏହିପରି ଏକ ସୁନ୍ଦର ଦୃଶ୍ୟ ଏବେ ଶେସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯାହାକି ତାମିଲନାଡୁର ଘଞ୍ଚ ଜଙ୍ଗଲ ମଧ୍ୟରୁ ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁଙ୍କ ଦ୍ୱାରା ସେୟାର କରାଯାଇଛି । ଭିଡିଓରେ, ହାତୀମାନେ ନିଜ ପରିବାର ସହିତ ପୋଖରୀ ନିକଟରେ ସେମାନଙ୍କର ଶୋଷ ମେଣ୍ଟାଉଥିବାର ଏବଂ ନିଜ ମଧ୍ୟରେ ମଜା କରୁଥିବା ଦେଖାଯାଇଛି । “ତାମିଲନାଡୁର ହାତୀ ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏକ ଗଭୀର ଜଙ୍ଗଲ ଅଞ୍ଚଳରେ ଏକ ନୂତନ ଭାବେ ତିଆରି ହୋଇଥିବା ପୋଖରୀ ଉପରେ ଶିଶୁମାନଙ୍କ ସହିତ ଏକ ସୁନ୍ଦର ହାତୀ ପରିବାର ପାଣିରେ ଖେଳୁଛନ୍ତି । ନିରନ୍ତର ଜଳ ଯୋଗାଣ ସୁନିଶ୍ଚିତ କରି ଜଙ୍ଗଲ ବିଭାଗ କେବଳ ଏହି ଚମତ୍କାର ଜୀବମାନଙ୍କର ବଞ୍ଚିବାରେ ସାହାଯ୍ୟ କରେ ନାହିଁ ବରଂ ଇକୋସିଷ୍ଟମର ସୂକ୍ଷ୍ମ ସନ୍ତୁଳନରେ ମଧ୍ୟ ସହାୟକ ହୁଏ । ଭିଡିଓଟି ୨୭ ହଜାରରୁ ଅଧିକ ଥର ଦେଖାଯାଇଥିଲା ଏବଂ ଅନେକ ପ୍ରତିକ୍ରିୟା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.