Jai Odisha
News

ରାଜଧାନୀରେ ଟ୍ରାଫିକ୍‌‌ ପୁଲିସଙ୍କ ପାଇଁ ନିର୍ମାଣ ହେବ ସହାୟତା କେନ୍ଦ୍ର

ଖରା ହେଉ କି ବର୍ଷା , ସବୁବେଳେ ଲୋକମାନଙ୍କୁ ସଚେତନ କରାଇଥାନ୍ତି । ଡହ ଡହ ଖରା ହେଉ କି କାଳବୈଶାଖୀ ବର୍ଷା ବା ହାଡ଼ ଭଙ୍ଗା ଶୀତ ସବୁବେଳେ ଟ୍ରାଫିକ୍‌‌ ପୁଲିସମାନେ ଟ୍ରାଫିକ୍‌‌ ପୋଷ୍ଟରେ ଛିଡ଼ା ହୋଇଥା’ନ୍ତି। ଯେତେବେଳେ ଲୋକମାନେ ଘରୁ ବାହାରନ୍ତି ନାହିଁ ସେତେବେଳେ ସେମାନେ ରାଜରାସ୍ତାରେ ଦାୟିତ୍ୱ ନିଭାଇଥାନ୍ତି । ଅନେକ ସମୟରେ କାର‌୍ୟ୍ୟରତ ଟ୍ରାଫିକ୍‌‌ କନ୍‌‌ଷ୍ଟେବଳମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିପାଇଁ ଏବେ ରାଜଧାନୀରେ ଟ୍ରାଫିକ୍‌‌ ପୁଲିସଙ୍କ ପାଇଁ ନିର୍ମାଣ ହେବ ସହାୟତା କେନ୍ଦ୍ର ବା ଏଡ୍‌‌ ପୋଷ୍ଟ। ସେଠାରେ ସେମାନଙ୍କର ସାମୟିକ ଆରାମ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ। ଫଳସ୍ୱରୂପ ଡ୍ୟୁଟି ସମୟରେ ଫାଙ୍କା ସମୟ ପାଇଲେ ସେମାନେ ଆରାମ କରିପାରିବେ। ବିଡିଏ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସୂଚନାନୁସାରେ, ବର୍ତ୍ତମାନ ବାଣୀବିହାର, ଆଚାର‌୍ୟ୍ୟ ବିହାର, ପଟିଆ ଆଦି ପ୍ରମୁଖ ଛକଗୁଡ଼ିକରେ ନିର୍ମାଣ ଆଚାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ଆଗାମୀ ଦିନରେ ୪୭ଟି ଗୁରୁତ୍ୱପୂର୍ଣ୍ଣ ଛକରେ ନିର୍ମାଣ ହେବ।

Leave A Reply

Your email address will not be published.