Jai Odisha
News

ପାଟନାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ତ : ୬ ମୃତ

ବିହାର ରାଜଧାନୀ ପାଟନାରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ ଏବଂ ୩ ଜଣ ମହିଳା ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାହା ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ଥିବା ନେଇ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ପାଟନା ଜଙ୍କସନ ସ୍ଥିତ ଏକ ୪ ମହଲା ବିଶିଷ୍ଟ ହୋଟେଲରେ ନିଆଁ ଲାଗିଛି । ପ୍ରଥମେ ରେଷ୍ଟୁରାଣ୍ଟ ରୋଷେଇ ଘରେ ନିଆଁ ଲାଗିଥିଲା । ଖାଦ୍ୟ ବନାଇବା ସମୟରେ ତେଲ କଢେଇରେ ନିଆଁ ଲାଗିଥିଲା ପରେ ନିଆଁ ସିଲିଣ୍ତର ଯାଏଁ ବ୍ୟାପିଥିଲା । ଫଳରେ ଗ୍ୟାସ୍ ସିଲିଣ୍ତର ବିସ୍ଫୋରଣ ଘଟିଥିଲା ଏବଂ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୨୦ରୁ ଅଧିକ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯାହାଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ନେଇ ସୂଚନା ରହିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ଦେଢ ଘଣ୍ଟାର ପରେ ନିଆଁ ଆହତ୍ତ କରିବା ସଫଳ ହୋଇଥିଲା ଅଗ୍ନିଶମ ବାହିନୀ । ସେହିପରି ସମସ୍ତଙ୍କୁ ସମସ୍ତ ଲୋକଙ୍କୁ ସୁରକ୍ଷିତ ବାହରକୁ ଅଣାଯାଇଥିଲା । ତେବେ ଗ୍ୟାସ୍ ସିଲିଣ୍ତର ବିସ୍ଫୋରଣ ପାଇଁ ଅଗ୍ନିକାଣ୍ତ ଘଟିଥିବା ନେଇ ସୂଚନା ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

Leave A Reply

Your email address will not be published.