Jai Odisha
News

ବିଜେଡିରୁ ଇସ୍ତଫା ଦେଲେ ବବିଙ୍କ ଭିଣୋଇ

 

ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟି ରେ ମିଶିଛନ୍ତି ଅରିନ୍ଦମ ରାୟ | ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଥିବା ଅରିନ୍ଦମ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ବିଜେପି ଅଫିସ ରେ ପହଂଚି ପଦ୍ମ କୁ ଧରିଥିଲେ | ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ପଠାଇଥିଲେ | ଆସନ୍ତା ନିର୍ବାଚନ ପାଇଁ ସେ ବିଜେଡି ରୁ କିଛି ଭରସା ପାଇ ନଥିବା ବେଳେ ଟିକେଟ ଆଶାରେ ବିଜେପିରେ ମିଶିଛନ୍ତି | କିଛିଦିନ ପୂର୍ଵରୁ ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଙ୍କ ସହ ଭେଟ କରିଥିଲେ , ସେବେଠୁ ସେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି | ବିଜେଡି ପ୍ରତି ତାଙ୍କ ମନରେ ବାରମ୍ବାର କ୍ଷୋଭ ଆସୁଥିବାର ସେ କହିଛନ୍ତି | ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଅରିନ୍ଦମ ଙ୍କୁ ଟୋପି ଓ ଉତ୍ତରାୟ ପିନ୍ଧାଇଥିଲେ | ସେ କହିଥିଲେ ଯେଉଁ ଦଳରେ ସମ୍ମାନ , ସ୍ୱାଭିମାନ ନାହିଁ ସେ ଦଳରେ ଲୋକଙ୍କ ସେବା କରିବା ଅସମ୍ଭବ | ସେ ପୁଣି କହିଛନ୍ତି ଯେ ସେ 2009 ରୁ ଦଳରେ କାମ କରି ଆସିଛନ୍ତି କିନ୍ତୁ ତାଙ୍କ କାମକୁ କେହି ସ୍ୱୀକୃତି ଦେଇନାହାନ୍ତି | ଏହା ପରେ ମଧ୍ୟ ସେ ନବୀନ ପଟନାୟକଙ୍କ ସହ ଦେଖା କରିବାକୁ ଯାଇଥିଲେ ହେଲେ ଦୃଭାଗ୍ୟବଶତଃ ତାଙ୍କୁ ସୁଯୋଗ ମିଳିପାରିନଥିଲା | ଯାହାଫଳରେ ତାଙ୍କୁ ବହୁତ ମର୍ମାହିତ କରିଥିଲା | ଅନ୍ୟ ପକ୍ଷରେ ବିଜେପିରେ ମିଶିବା ପରେ ଅରିନ୍ଦମ କହିଛନ୍ତି ବିଜେପି ତାଙ୍କ ଘରେ ମତେ ପଶିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ | ବିଜେପିକୁ ଆଗକୁ ନେବା ଓ ପ୍ରଧାମନ୍ତ୍ରୀଙ୍କ ସ୍ୱପ୍ନକୁ ପୁରାଣ କରିବା ପାଇଁ ପାରୁପର୍ଯ୍ୟନ୍ତ କାମ କରିବି |

Leave A Reply

Your email address will not be published.