Jai Odisha
News

ଚେତିଲା ଶ୍ରୀମନ୍ଦିର ପ୍ରଶାସନ : ଅଣ ହିନ୍ଦୁଙ୍କ ପ୍ରବେଶ ରୋକିବାକୁ ଦ୍ୱାର ଜଗିବେ ପ୍ରତିିିହାରୀ

ବାରମ୍ବାର ଅଣ ହିନ୍ଦୁଙ୍କ ପ୍ରବେଶ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଜାରି ହେଲା ନୂଆ ନିୟମ । ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି ହେବା ସହ ଦ୍ୱାର ଜଗିବେ ସେବାୟତ । ଅଣହିନ୍ଦୁଙ୍କ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗକୁ ନେଇ ଅନେକ ଥର ବିବାଦ ହୋଇଥିବା ବେଳେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତା ୧୪ ତାରିଖଠାରୁ ସିଂହଦ୍ବାରରେ ପ୍ରହରା ଦେବେ ଜେଟିପିଙ୍କ ସହ ପ୍ରତିହାରୀ ସେବକ। ଏ ପ୍ରସଙ୍ଗରେ ଗମ୍ଭୀର ଆଲୋଚନା କରାଯାଇ ସିଂହଦ୍ବାର ପ୍ରତିହାରୀ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରତିହାରୀ ନିଯୋଗର ଏଭଳି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତି ଦେଇଥିବା ନିଯୋଗର ସମ୍ପାଦକ ରାମନାରାୟଣ ଗୋଛିକାର ସୂଚନା ଦେଇଛନ୍ତି। ଯେଉଁ ପ୍ରସ୍ତାବରେ ସମ୍ମତି ଜଣାଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି। ତେଣୁ ଆସନ୍ତା ୧୪ ତାରିଖରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ପଡୁଥିବାବେଳେ ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ସକାଳେ ଦ୍ୱାର ଫିଟା ସମୟରେ ଓ ସଂଧ୍ୟ। ଆରତି ବେଳେ ଦୁଇ ଜଣ ଲେଖାଏଁ ପ୍ରତିହାରୀ ସେବାୟତ ସିଂହଦ୍ୱାର ସମ୍ମୁଖରେ ମୁତୟନ ହେବେ । ପରବର୍ତ୍ତୀ ସମୟରେ ପୂରା ଦିନରୁ ରାତି ପର‌୍ୟ୍ୟନ୍ତ ପ୍ରତିହାରୀ ସେବାୟତମାନଙ୍କୁ ମୁତୟନ କରାଯିବ ।

Leave A Reply

Your email address will not be published.