Jai Odisha
News

ଦୁବାଇରେ ପ୍ରବଳ ବନ୍ୟା ପରିସ୍ଥିତି ଲୋକମାନ ଲଗାଇଲେ ଜବରଦସ୍ତ ଦିମାଗ : ବନ୍ୟା ପାଣିରୁ କଲେ ରୋଜଗାର

ସମ୍ପ୍ରତି ଦୁବାଇରେ ପ୍ରବଳ ବନ୍ୟା ପରିସ୍ଥିତି ରହିଛି, ଏହି ବନ୍ୟା ଅନେକ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି । କିନ୍ତୁ ଅନେକ ଏଭଳି ଲୋକ ରହିଛନ୍ତି ଯେଉଁମାନେ ଏହାକୁ ରୋଜଗାରର ଏକ ପନ୍ଥା ଭାବରେ ଆପ୍ଣଚ୍ଚଇଛନ୍ତି । ବର୍ତ୍ତମାନ ଦୁବାଇରେ ସବୁଆଡେ ଜଳମୟ । ସେଠାରେ ଥିବା ଅନେକ ଘର ଓ ଯାନବାହାନରେ ବନ୍ୟାରେ ଭାସି ଯାଇଛି। କିନ୍ତୁ କୁହାଯାଏ ଯେ ଦୁବାଇରେ ବହୁତ ଟଙ୍କା ଅଛି ଏବଂ ସେଠାରେ ଥିବା ଲୋକମାନେ କେବଳ ଟଙ୍କା ରୋଜଗାର ବିଷୟରେ ଚିନ୍ତା କରନ୍ତି । ।ଉ ଏହି କଥାର ସତ୍ୟତା ଏବେ ପରିଲକ୍ଷିତ ହୋଇଛି ।
ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ କିପରି ବନ୍ୟା ଜଳ ଏକ ସପିଂ କମ୍ପ୍ଲେକ୍ସରେ ପରିପୂର୍ଣ୍ଣ ହୋଇଛି ଏବଂ ଲୋକମାନେ ସେଠାରେ ଅଟକି ରହିଛନ୍ତି। ଠିକ୍ ସେହି ସମୟରେ କମ୍ପ୍ଲେକ୍ସର କର୍ମଚାରୀମାନେ ସେମାନଙ୍କ ସପିଂ କାର୍ଟ ସହିତ ସେଠାରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ଭାବରେ ପାଣିରୁ ବାହାରକୁ ନେଇଯାଉଛନ୍ତତି । ଲୋକମାନେ ଏହା କରିବା ପାଇଁ ମଧ୍ୟ ଟଙ୍କା ଦେଉଛନ୍ତିା ଭିଡିଓ ଦେଖିବା ପରେ ଲୋକମାନେ କହୁଛନ୍ତି ଯେ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବା ଏମାନଙ୍କଠାରୁ କେହି ଶିଖିବା ଉଚିତ୍। ଏହି ଭିଡିଓଟି ଇନଷ୍ଟାଗ୍ରାମରୁ ସେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ପ୍ରାୟ ଆଠ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଭିଡିଓକୁ ୧୦ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.