Jai Odisha
News

ରକ୍ତର ନଦୀ ବୁହାଇବାକୁ ରାଜି କିନ୍ତୁ ବଙ୍ଗାଳରେ ଲାଗୁ କରିବାକୁ ଦେବି ନାହିଁ CAA ଓ NRC : ମମତା ବାନାର୍ଜୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଦ୍-ଉଲ୍-ଫିଟର ଅବସରରେ ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି ଯେ ସେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବେ କିନ୍ତୁ CAA ଏବଂ NRC କୁ ଲଙ୍କଜ୍ଞର କରିବାକୁ ଦେବେ ନାହିଁ। କୋଲକାତାର ରେଡ ରୋଡରେ ଆୟୋଜିତ ଇଦ୍ ନମାଜ ରେ ଆୟୋଜିତ କାର୍ଯ୍ୟକ୍ରମରେ ସିଏମ ମମତା ବାନାର୍ଜୀ ଅଂଶଗ୍ରହଣ କରି ସେ ଏହି ବିବୃତ୍ତି ଦେଇଛନ୍ତି।
\”ଇଦ୍ ମୁବାରକ, ଏହା ଏକ ଖୁସିର ଇଦ୍। ଏହା ଏକ ଶକ୍ତିର ଇଦ୍। ଏକ ମାସ ଉପବାସ କରି ଏହି ଇଦ୍ ପାଳନ କରିବା ଏକ ବଡ କଥା …. ମୁଁ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ କିନ୍ତୁ ଅତ୍ୟାଚାର ସହ୍ୟ କରିବି ନାହିଁ । କିଛି ବି ହୋଇଯ୍ଧମ କିନ୍ତୁ, ମୁଁ CAA ଏବଂ NRC କୁ ବଙ୍ଗାଳରେ କାର୍ଯ୍ୟକାରୀ କରିବାକୁ ଦେବି ନାହିଁ। ମୁଁ ସମସ୍ତ ଧର୍ମର ସମାନତା ଚାହୁଁଛି, ନୋ NRC , ନୋ CAA ଜ୍ଝ
ସିଏମ୍ ମମତା ବାନାର୍ଜୀ କହିଛନ୍ତି ଯେ ଆମେ CAA , NRC ଏବଂ ୟୁନିଫର୍ମ ସିଭିଲ୍ କୋଡ୍ ଗ୍ରହଣ କରିବୁ ନାହିଁ। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ ଆପଣମାନେ ଟିକେ ସତର୍କ ହେବା ଉଚିତ୍ … ଆପଣ ହୁଏତ କିଛି ଷଡଯନ୍ତ୍ରର ଶିକାର ହୋଇପାରନ୍ତି। ନିର୍ବାଚନ ସମୟରେ କିଛି ଲୋକ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରିବେ, ତେଣୁ ଷଡଯନ୍ତ୍ରର ଶିକାର ହୁଅନ୍ତୁ ନାହିଁ। ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ଆମେ ଏକଜୁଟ ରହିବା ତେବେ କେହି ଆମକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ। ମମତା ବାନାର୍ଜୀ ଏହା ପୂର୍ବରୁ ରାଜ୍ୟରେ CAA ଲାଗୁ ନକରିବାକୁ ଶପଥ ନେଇଥିଲେ ଏବଂ ଲୋକଙ୍କୁ ଚେତାବନୀ ଦେଇଥିଲେ ଯେ CAA ଅଧୀନରେ ନାଗରିକତ୍ୱ ଆବେଦନ କରିବା ଦ୍ୱାରା ସେମାନଙ୍କୁ ବିଦେଶୀ ଘୋଷିତ କରାଯିବ।
CAA ପାଇଁ ମମତା ବାନାର୍ଜୀଙ୍କ ଦାବି ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅମିତ ଶାହା କହିଛନ୍ତି, “ଏହା କେବଳ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିବା ଏବଂ ଭୋଟ୍ ବ୍ୟାଙ୍କ ରାଜନୀତିରେ ଅନୁପ୍ରବେଶକାରୀଙ୍କୁ ସୁବିଧା କରିବା ପାଇଁ ଏକ ପ୍ରୟାସ। ଶରଣାର୍ଥୀମାନଙ୍କୁ ବିନା କୌଣସି ଭୟରେ ନାଗରିକତ୍ୱ ପାଇଁ ଆବେଦନ କରିବା ଉଚିତ୍।

Leave A Reply

Your email address will not be published.