Jai Odisha
News

ସ୍କୁଟର ଚାଳକଙ୍କୁ ଦିନରେ ତାରା ଦେଖାଇଲା ମଇଁଷି

ରାସ୍ତାରେ ବୁଲୁଥିବା ପଶୁମାନେ ଅନେକ ସମୟରେ ବହୁ ଦୁର୍ଘଟଣାର କାରଣ ପାଲଟିଥାନ୍ତି । ବେଳେବେଳେ, ଜାଣିଶୁଣି କିମ୍ବା ଅଜାଣତରେ, ସେମାନେ ନିଜକୁ ଏବଂ ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇଥାନ୍ତି । ବର୍ତ୍ତମାନରେ ଇଣ୍ଟରନେଟରେ ଏକ ସମାନ ଭିଡିଓ ସାମ୍ନାକୁ ଆସୁଛି, ଯାହା ଦେଖି ଆପଣ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯିବେ । ରାସ୍ତାରେ ଠିଆ ହୋଇଥିବା ଏକ ମଇଁଷି ସ୍କୁଟିରେ ଥିବା ଜଣେ ବ୍ୟକ୍ତିଙ୍କୁ ଦିନରେ ତାରା ଦେଖାଇ ଦେଇଛିି । ଭିଡିଓ ଆରମ୍ଭରେ, ଏକ ବୁଲା ମଇଁଷି ରାସ୍ତା ମଝିରେ ଠିଆ ହୋଇଥିବା ଦେଖାଯାଏ, ତା ବେକରେ ଏକ ଦଉଡି ବନ୍ଧା ହୋଇଥିବାର ଦେଖାଯାଏ, ଯାହା ଅନୁମାନ କରାଯାଇପାରେ ଯେ ଏହା ନିଶ୍ଚିତ ଭାବରେ ଏକ ଗୃହପାଳିତ ପଶୁ । ତେବେ ଏହି ସମୟରେ ରାସ୍ତରେ ପାର୍ ହେଉଥିବା ଜଣେ ସ୍କୁଟି ଚାଳକ ମଇଁଷିର କ୍ରୋଧର ଶିକାର ହୋଇଥିଲେ । କେବଳ ଏତିକି ନୁହେଁ କ୍ରୋଧିତ ମଇଁଷି ସ୍କୁଟି ଚାଳକଙ୍କୁ ଶୂନ୍ୟରେ ଉାଂଇ କଚାଡ଼ି ଦେଇଥିଲେ । ଯେଉଁଥିରେ ଚାଳକ ଜଣଙ୍କ ଗୁରୁତର ହୋଇଥିବା ଅନୁମାନ କରାଯାଇପାରେ । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି । ଲୋକମାନେ ମାତ୍ର ୨୦ ସେକେଣ୍ଡର ଏହି ଭିଡିଓ ଦେଖି ଆଶ୍ଚର‌୍ୟ୍ୟ ହେଉଛନ୍ତି । ତେବେ ଯଦି ଆପର ରାସ୍ତାରେ କୌଣସି କ୍ରୋଧିତ ପଶୁଙ୍କୁ ଦେଖୁଛନ୍ତ୍‌ି ତେବେ ନିହାତି ସତର୍କତା ଅବଲମ୍ବନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

Leave A Reply

Your email address will not be published.