Jai Odisha
News

ସୋରେନଙ୍କୁ ପୁଣି ଝଟକା : ମିଳିଲାନି ଅନ୍ତରୀଣ ଜାମିନ

ଝାଡ଼ଖଣ୍ଡର ପିଏମଏଲଏ ଅଦାଲତ ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ ବଡବାପା ରାଜା ରାମ ସୋରେନଙ୍କର ଶନିବାର ମୃତ୍ୟୁ ହୋଇଥିବାରୁ ହେମନ୍ତ ୧୩ ଦିନ ଅନ୍ତରୀଣ ଜାମିନ ପାଇବାକୁ ଅଦାଲତରେ ଆବେଦନ କରିଥିଲେ। ରାଜାରାମ ହେଉଛନ୍ତିି ହେମନ୍ତଙ୍କ ପିତା ଶିବୁ ସୋରେନଙ୍କ ବଡ ଭାଇ। ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜାନୁଆରୀ ୩୧ରେ ହେମନ୍ତଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.