Jai Odisha
News

ପୁଣି ବିଜୁ ଜନତା ଦଳକୁ ହେଭି ଝଟ୍‌କା : ଦଳ ଡ଼େଇଁଲେ ରାସେଶ୍ୱରୀ

ପୁଣି ବିଜୁ ଜନତା ଦଳକୁ ଲଗିଲା ହେଭି ଝଟ୍‌କା । ଟିକେଟ୍ ନମିଳିବାରୁ ଦଳ ଡ଼େଇଁଲେ ରାସେଶ୍ୱରୀ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟରଜନୀତିରେ ଘଡ଼ିକେ ବଦଳୁଛି ପାଣିପାଗ । ଦୀର୍ଘ ଦିନ ଧରି ଗୋଟିଏ ଦଳର ପ୍ରମୁଖ ଚେହେରା ଥିବା ନେତାମାନେ ସ୍ୱାର୍ଥ ହାସିଲ ନ ହେବାରୁ ଦଳବଦଳ କରିବାକୁ ବି ପଛାଉ ନାହାନ୍ତି । ତେବେ ଏହି କ୍ରମରେ ଆଜି ବିଜେଡ଼ି ଛଡ଼ିଛନ୍ତି ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଦୀର୍ଘ ଦିନ ଧରି ସେ ବିଜେଡିରେ ଅଣଦେଖା କରାଯାଉଥିବାରୁ ଏବଂ ଚଳିତ ଥର ତାଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ ଇସ୍ତଫା ଦେଇଥିବା ଜଣାଯାଇଛନ୍ତି ।ପଶ୍ଚିମ ଓଡ଼ିଶାର ଟାଣୁଆ ନେତ୍ରୀ ଭାବେ ପରିଚିତା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ବିଜେଡି ଛାଡ଼ିବା ଦଳ ପାଇଁ ଭଲ ସଙ୍କେତ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.