Jai Odisha
News

ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ଓଡ଼ିଶାରେ ଅସହ୍ୟ ତାତି ଭାଙ୍ଗୁଛି ରେକର୍ଡ। ଗତକାଲି ଓଡ଼ିଶାର ୩୦ ସହରରର ତାପମାତ୍ରା ୪୦ ଡିଗ୍ରୀ ବା ତହିଁରୁ ଉପରେ ରହିଥିଲା। ତେବେ ଆଜି ମଧ୍ୟ ସମାନ ସ୍ଥିତି ରହିଛି।  ଆଜି ସକାଳୁ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥି ସହିତ ରାଜ୍ୟର ୬ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ସେହିପରି ଆଜି ସାଢେ ୨ଟା ସୁଦ୍ଧା ବାଲେଶ୍ୱରରେ ୪୦.୭ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ଗୋପାଳପୁରରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୬ ଡିଗ୍ରୀ, ଝାରସୁଗୁଡାରେ ୩୬.୨ ଡିଗ୍ରୀ, ପାରାଦୀପରେ ୩୫.୪ ଡିଗ୍ରୀ, ହୀରାକୁଦରେ ୩୪.୮ ଡିଗ୍ରୀ, ରାଉରକେଲାରେ ୩୪.୪ ଓ ପୁରୀର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.