Jai Odisha
News

ଖୁବ ଶୀଘ୍ର ଲାଗିବ ପରମାଣୁ ଘଡି

ଖୁବ ଶୀଘ୍ର ଲାଗିବ ପରମାଣୁ ଘଡି
ସମୟ ବିତରଣ କ୍ଷେତ୍ରରେ ଭାରତ ହେଉଛି ପ୍ରଥମ ଦେଶ | ତେଣୁ ଖୁବ ଶୀଘ୍ର ଦେଶରେ ପରମାଣୁ ଘଡି ଲାଗିବାକୁ ଯାଉଛି | ଶୁକ୍ରବାର ମୁମ୍ବାଇରେ ଭାରତୀୟ ମାନକ ସମୟ ବୃଦ୍ଧି ପାଇଁ ଜାତୀୟ ସମୟ ପ୍ରୋଟୋକଲ୍କୁ ଉଦଘାଟନ କରି ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ପରମାଣୁ ଘଡି ମିଲିସେକେଣ୍ଡ ସଠିକତା ସହିତ ସମାନ ହୋଇଥିବା ବେଳେ ଏହା ସଠିକ୍ ସମୟ ସୂଚନା ପ୍ରଦାନ କରିବ ବୋଲି କୁହାଯାଇଛି | ତା ସହିତ ଏହା ସାଇବର ନିରାପତ୍ତା ମଧ୍ୟ ବୃଦ୍ଧି କରିବ। ଜନସାଧାରଣ ମାନେ NPLI-ଇଣ୍ଡିଆ, ORG କିମ୍ବା ଟାଇମ୍ NPLରୁ ସୂଚନା ପାଇପାରିବେ। ଆୟୋଜିତ ହୋଇଥିବା ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ଗୋୟଲ ଫରିଦାବାଦ ଏବଂ ଅହମ୍ମଦାବାଦରେ ଆଞ୍ଚଳିକ ରେଫରେନ୍ସ ଷ୍ଟାଣ୍ଡାର୍ଡ ଲାବୋରେଟୋରି (RRSL)ରେ ଟାଇମିଂ ଭିତ୍ତିଭୂମିକୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଥିବା ବେଳେ ବର୍ଷ ଶେଷ ସୁଦ୍ଧା ବେଙ୍ଗାଲୁରୁ, ଭୁବନେଶ୍ୱର, ଗୌହାଟୀ ଓ ଦିଲ୍ଲୀର RRSLରେ ପରମାଣୁ ଘଡ଼ି ଲଗାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.