Jai Odisha
News

ଶ୍ରୀମନ୍ଦିରରେ ହେଲା ବଡ଼ମହାସ୍ନାନ

ଶ୍ରୀମନ୍ଦିରରେ ହେଲା ବଡ଼ମହାସ୍ନାନ । ବୁଧବାର ଦିନ ଅପରାହ୍ନରେ ସମୟରେ ବଡ଼ଦେଉଳରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ମହାସ୍ନାନ ପରେ ପୁଣି ଥରେ ସୁରୁଖୁରରେ ଚାଲିଥିଲା ମହାପ୍ରଭୁଙ୍କ ନୀତିକାନ୍ତି ।ଅପରାହ୍ନ ସମୟରେ ଭିତରକାଠ ନିକଟରେ ଖଙ୍କାର ପଡିଥିବାର ଦେଖିବାକୁ ମିଳିଥିଲା । ଦ୍ୱୀତିୟ ଭୋଗମଣ୍ଡପ ପରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ । ଏହି ସମୟରେ ଖଙ୍କାର ଦେଖି ସେବାୟତଙ୍କୁ ଜଣାଇଥିଲେ। ଏହାପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ସଂଧ୍ୟା ପ୍ରାୟ ୬ଟାରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା । ଆଉ ସଂଧ୍ୟା ୭ଟା ପୂର୍ବରୁ ଠାକୁରଙ୍କ ମହାସ୍ନାନ ପୂଜା ଶେଷ ହୋଇ ପୁଣି ଥରେ ଆଗେଇଥିଲା ନୀତିକାନ୍ତି ।

Leave A Reply

Your email address will not be published.