Jai Odisha
News

ଅନ୍ନପୂର୍ଣ୍ଣା ଅର୍ଥ ଲଗାଣକାରି ସଂସ୍ଥା କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଘଟଣାର ପର୍ଦାଫାଶ କଲା ବାଣପୁର ପୋଲିସ ।

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରୁ ଅନ୍ନପୂର୍ଣ୍ଣା ଅର୍ଥ ଲଗାଣକାରି ସଂସ୍ଥା କର୍ମଚାରୀଙ୍କ ଠାରୁ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଲୁଟି ଫେରାର ହୋଇଯାଇଥିଲେ । ତେବେ ଉକ୍ତ ଲୁଟ ଘଟଣାର ପର୍ଦାଫାଶ କରିଛି ବାଣପୁର ପୋଲିସ । ଏ ନେଇ ଗୁରୁବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ । ଉକ୍ତ ଲୁଟ ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା କୁମାରିପାରି ଗ୍ରାମର ଶାନ୍ତନୁ ତାରେଣି(୨୩) ଏବଂ ବାଣପୁର ଥାନା ଶାଳିଆଡ୍ୟାମ ନିକଟସ୍ଥ ପଣସଡିହ ଗ୍ରାମର ନିରଞ୍ଜନ ଶବର(୩୦) । ସେମାନଙ୍କ ନିକଟରୁ ୨,୪୭,୫୦୦ ଟଙ୍କା, ମାରଣାସ୍ତ୍ର ଏବଂ ଦୁଇ ଗୋଟି ମୋବାଇଲ ଜବତ କରିଛି ପୋଲିସ । ତେବେ ଉକ୍ତ ଲୁଟ ଘଟଣାରେ ସମୁଦାୟ ୮ ଜଣ ଅଭିଯୁକ୍ତ ସାମିଲ ଥିଲେ ଏବଂ ଅନ୍ୟ ୬ ଜଣ ଅଭିଯୁକ୍ତ ଖଲିକୋଟ ଏବଂ ବେଗୁନିଆପଡା ଥାନା ଅଞ୍ଚଳର ହୋଇଥିବା ବେଳେ ବର୍ତ୍ତମାନ ସେମାନେ ଫେରାର ଅଛନ୍ତି । ତେବେ ଖୁବଶୀଘ୍ର ସେମାନେ ଗିରଫ ହେବେ ବୋଲି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ କହିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ବାଣପୁର ଆଇଆଇସି ରମେଶ କୁମାର ଦେବତା, ଏଆସିଆଇ ସଞ୍ଜୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଖୋଦ ଏସପି ସିଦ୍ଧାର୍ଥ କଟାରିଆ ଘଟଣାସ୍ଥଳକୁ ଯାଇ ଦୀର୍ଘ ଘଣ୍ଟା ଧରି ଛାନଭିନ କରିଥିଲେ । ଏବଂ ଏସପିଙ୍କ ତତ୍ୱାବଧାନରେ ଏକାଧିକ ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା ।

Leave A Reply

Your email address will not be published.