Jai Odisha
News

ମଙ୍ଗଳ ଆଳତି ପୂର୍ବରୁ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ । ମଙ୍ଗଳ ଆଳତି ପୂର୍ବରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଗଲା । ବଡ଼ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ । ଆଜି ସକାଳ ୫ଟା ୨୧ରେ ସିଂହଦ୍ଵାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି ପ୍ରବେଶ କରିଥି‌ଲେ। କିନ୍ତୁ ଏହି ସମୟରେ ସେବାୟତ ଘରର ମହିଳା ଜଣକ ଝୁଣ୍ଟି ପଡିଥିଲେ । ଭିତରକାଠ ନିକଟ ଧୁକୁଡି ଦ୍ୱାର ନିକଟରେ ସେବାୟତ ମହିଳାଙ୍କ ଆଙ୍ଗୁଠିରୁ ରକ୍ତଛିଟା ଲାଗିଥିଲା। ତେଣୁ ମଙ୍ଗଳ ଆଳତୀ ପୂର୍ବରୁ ନୀତି ଅଟକା ଯାଇ ପ୍ରାୟ ଘଣ୍ଟାଏ କାଳ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯାଇଛି। ଏହି ସମୟରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଥିଲା।

Leave A Reply

Your email address will not be published.