Jai Odisha
News

ଶ୍ରେଷ୍ଠ ବନ୍ଧୁତ୍ୱ : ହରିଣ ଛୁଆର ଜୀବନ ବଞ୍ଚାଇଲା ବାଘ

ବନ୍ଧୁତା ହେଉଛି ପ୍ରେମ, ବିଶ୍ୱାସର ମିଳନର ସମ୍ପର୍କ । ସାରା ଦୁନିଆ ହାତ ଛାଡିଦେଲେ ଯିଏ ସାଙ୍ଗରେ ଥାଏ, ସେ ହେଉଛି ପ୍ରକୃତ ବନ୍ଧୁ । ସେଥିପାଇଁ ତ ବନ୍ଧୁତାର ସମ୍ପର୍କ ନିଆରା । ଏହା ଏପରି ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । କେବଳ ମଣିଷ ନୁହନ୍ତି ପଶୁ ପକ୍ଷୀ ଭିତରେ ମଧ୍ୟ ନିଛକ ବନ୍ଧୁତା ଦେଖିବାକୁ ମିଳେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବାଘ ଏବଂ ହରିଣଛୁଆର ବନ୍ଧୁତ୍ୱ ଦେଖିବାକୁ ମିଳୁଛି । ବାଘ ସହ ହରିଣ ଛୁଆଟି ଖୁବ୍ ଖେଳୁଛି ଏବଂ ଗେଲ ହେଉଛି । କିନ୍ତୁ ହଠାତ୍ ଏହି ସମୟରେ ଏକ ହେଟାବାଘ ହରିଣ ଛୁଆଟିକୁ ଖାଇବାକୁ ଆସେ ଏହା ଜାଣି ପାରି ବାଘଟି ହରିଣଛୁଆକୁ ଧରି ଏକ ଉଚ୍ଚ ଗଛକୁ ଚଢିଯାଏ । ଏବଂ ନିଜ ବନ୍ଧୁର ଜୀବନ ବଞ୍ଚାଇ ଦିଏ । ଏହାପରେ ହେଟା ବାଘଟି ସେଠାରୁ ପଳାଇଯାଏ । ତେବେ ଏହି ସୁନ୍ଦର ବନ୍ଧୁତାକୁ ନେଇ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Leave A Reply

Your email address will not be published.