Jai Odisha
News

୪୧.୧ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ବରର ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର : ଆହୁରି ୫ଦିନ ବଢିବ ତାତି

ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଲାଣି।  ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୪୧ ଡିଗ୍ରୀ କିମ୍ବା ତା’ଠାରୁ ଅଧିର ରହିଛି ୩ ସହରର ତାପମାତ୍ରା। ୪୧.୧ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ବରର ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ବରର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ଜାରି ରହିଛି। ତାତି ଆହୁରି ବଢ଼ିବ। ବିଶେଷ କରି ୨୭ ଓ ୨୮ରେ ସ୍ଥିତି ଅସମ୍ଭାଳ ହେବ। କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ  ପରିସ୍ଥିତି ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରେକର୍ଡ ତାପମାତ୍ରା ଅନୁସାରେ ଭୁବନେଶ୍ୱର: 41.1°C , ବାଲେଶ୍ୱର: 41°C , ଚାନ୍ଦବାଲି: 41°C , ଝାରସୁଗୁଡା: 40.4°C, ହୀରାକୁଦ: 40.2°C,କେନ୍ଦୁଝର: 39.6°C ,ସମ୍ବଲପୁର: 39°C, ରାଉରକେଲା: 38.8°C, ପାରାଦ୍ୱୀପ: 34.2°C, ପୁରୀ: 34.2°C, ଗୋପାଳପୁର: 34°C

Leave A Reply

Your email address will not be published.