Jai Odisha
News

ପୁଣି ମେଣ୍ଟ ନେଇ ବଢୁଛି ଦ୍ୱନ୍ଦ୍ୱ

ଭୁବନେଶ୍ୱର: ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ନେଇ ଏକ ସପ୍ତାହରୁ ଅଧିକ ସମୟ ଦ୍ବନ୍ଦ୍ବ ଲାଗି ରହିଛି । ବିଜେଡିର ନିରବତା ବିଜେପି ରାଜ୍ୟ ସଭାପତି ମନମୋହନଙ୍କ ବାକ୍ୟରେ ବେତାଳ କଥା ମେଂଟ ହେବ କି ନହେବ ଆଶାୟୀଙ୍କ ମଧ୍ୟରେ ବଢ଼ାଇଛି ଚିନ୍ତା । ଗତକାଲି ଅମିତ ଶାହଙ୍କ ବକ୍ତବ୍ୟ ପରେ ଆଶା ଆଶଙ୍କାରେ ବିଜେପି,, ବିଜେଡିର ଅନେକ ଆଶାୟୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ିଯାଇଛି । ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିବ ଶାହ କହିଥିବା ବେଳେ ମେଂଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଜ୍ୟ ସଭାପତି ଜେ ପି ନଡ୍ଡା ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଅନ୍ୟ ପକ୍ଷେ ଦୁଇ ଦଳ ଲଢ଼ିବା ପାଇଁ ରଣକୈାଶଳ ପ୍ରସ୍ତୁତ କରିଛନ୍ତି । ରାଜ୍ୟ ବିଜେପିର କୋର କମିଟି ବୈଠକରେ ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ଆଲୋଚନା ଜାରି ରହିଛି । ରାଜ୍ୟ ନେତୃବର୍ଗ ଓ ପ୍ରଭାରୀ ଲଢ଼ିବା ମାନସିକତା ଦେଖାଉଥିବା ବେଳେ ଉପରସ୍ତରର ନିଷ୍ପତ୍ତିକୁ ରାଜ୍ୟ ନେତାମାନେ ଅପେକ୍ଷା କରି ରହିଛନ୍ତି । ମେଣ୍ଟ ଚର୍ଚ୍ଚା ମଧ୍ୟରେ ଶନିବାର ଭାଜପା ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । ଏହା ପୂର୍ବରୁ ଦଳର କୋର କମିଟି ବୈଠକ ବସିଛି । ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଏହି ବୈଠକ ବସିଛି। ବୈଠକରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ନେତା ବୈଠକରେ ସାମିଲ ହୋଇଛନ୍ତି।
ଏହି ବୈଠକରେ ୨୧ ଲୋକସଭା କ୍ଷେତ୍ର ଏବଂ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୱାରୀ ସ୍ଥିତି ସମୀକ୍ଷା କରାଯିବ । ଏଥିସହ ନିର୍ବାଚନ ରୋଡ ମ୍ୟାପ ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ଯୋଗଦେବା ପାଇଁ ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୟ ପାଲ ସିଂ ତୋମାର କହିଛନ୍ତି, ନିର୍ବାଚନ କମିଟିରେ ସବୁ ଆସନ ନେଇ ଆଲୋଚନା ହେବ । ଦଳ ବିଧାନସଭା ଓ ଲୋକସଭାରେ ଦୃଢତାର ସହ ଲଢିବ ।

Leave A Reply

Your email address will not be published.