Jai Odisha
News

ସପ୍ତମ ପର୍ଯ୍ୟାୟରେ ୬ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି

୨୦୨୪ ସାଧାରଣ ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟରେ ୬ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସପ୍ତମ ପର୍ଯ୍ୟାୟ ତାଲିକା ହିସାବରେ ହିନ୍ଦୋଳରୁ ଲଢ଼ିବେ ମହେଶ ସାହୁ,  ରଘୁନାଥପାଲୀରୁ ଲଢ଼ିବେ ଅର୍ଚ୍ଚନା ବେହେରା , ବାଲିକୁଦା ଏରସମାରୁ ଲଢ଼ିବେ ସାରଦା ଜେନା , କାକଟପୁରରୁ ଲଢ଼ିବେ ତୁଷାରକାନ୍ତି ବେହେରା , ବାଙ୍ଗିରିପୋଷିରୁ ଲଢ଼ିବେ ରଂଜିତା ମାରାଣ୍ଡି, ବରୀରୁ ଲଢ଼ିବେ ବିଶ୍ବରଂଜନ ମଲ୍ଲିକ । ସୂଚନାଯୋଗ୍ୟ, ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୪୧ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୬ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।

Leave A Reply

Your email address will not be published.