Jai Odisha
News

ମା’ ତାରାତାରିଣୀଙ୍କ ପୂଜାର୍ଚ୍ଚନା ପରେ ଆଜି ନାମାଙ୍କନ ଭରିବେ ବିଜେଡ଼ି ସୁପ୍ରିମୋ

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି। ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ । ନାମାଙ୍କନ ପାଇଁ ସକାଳ ୧୦ଟା ୨୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ହିଞ୍ଜିଳି ଅଭିମୁଖେ ଯିବେ ନବୀନ। ସକାଳ ୧୧ଟାରେ ଛତ୍ରପୁର ନିକଟସ୍ଥ ନରସିଂହପୁର ଛକସ୍ଥିତ ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବେ। ସେଠାରୁ କାର୍‌ରେ ମା’ତାରାତାରିଣୀଙ୍କ ପୀଠକୁ ଯିବେ। ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍‌ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ।ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

Leave A Reply

Your email address will not be published.