Jai Odisha
News

ନିର୍ବାଚନ ପୂର୍ବରୁ ୩ ରାଜ୍ୟରେ ବାଜି ମାରିବ ବିଜେପି ।

ଲୋକସଭା ନିର୍ବାଚନରେ ଏହା ଦୁର୍ଲଭ ଯେ ଭୋଟ୍ ଦେବା ପୂର୍ବରୁ ମଧ୍ୟ ଜଣେ ପ୍ରାର୍ଥୀଙ୍କ ବିଜୟ ସ୍ଥିର କରାଯାଇଥାଏ । ବର୍ତ୍ତମାନର ନିର୍ବାଚନରେ କେବଳ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଛି, କିନ୍ତୁ ଏଭଳି ତିନୋଟି ସିଟ୍ ଅଛି ଯେଉଁଥିରେ ବିଜେପିର ବିଜୟ ରାସ୍ତା ସଫା ହୋଇସାରିଛି । ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନରୁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବମ ତାଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପି ପ୍ରାର୍ଥୀ ଶଙ୍କର ଲାଲୱାନୀଙ୍କ ପାଇଁ କଂଗ୍ରେସର ଆହ୍ୱାନ ଶଷ ହୋଇଛି।
ଯେତେବେଳେ ମୋତି ସିଂ ପଟେଲଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିଲା ସେତେବେଳେ କଂଗ୍ରେସକୁ ଦ୍ୱୀତିୟ ଥର ଝଟକା ଲାଗିଥିଲା। ବମଙ୍କ ନାମ ପ୍ରତ୍ୟାହାର ପରେ କଂଗ୍ରେସ ମୋତି ସିଂ ପଟେଲଙ୍କୁ ସମର୍ଥନ କରିବାକୁ ଚିନ୍ତା କରୁଥିଲାବେଳେ ତାଙ୍କ ନାମାଙ୍କନ ଖବର ମଧ୍ୟ ଆସିଥିଲା। ମେ ୧୩ ରେ ଇନ୍ଦୋରର ଚତୁର୍ଥ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ।
ସୁରଟରେ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ଫର୍ମ ରଦ୍ଦ ହୋଇଯାଇଛି। ଏହା ପରେ ଅବଶିଷ୍ଟ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ସେମାନଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାର୍ଥୀ ନାହାଁନ୍ତି। ସୁରଟରେ ମେ ୭ରେ ମତଦାନ ଅନୁଷ୍ଠିତ ହେବ।
ଗଠବନ୍ଧନରେ କଂଗ୍ରେସ ମଧ୍ୟପ୍ରଦେଶର ଖଜୁରାହୋ ଆସନକୁ ସମାଜବାଦି ପାର୍ଟିକୁ ଦେଇଥିଲା, କିନ୍ତୁ ଏଠାରେ ସମାଜବାଦି ପାର୍ଟି ପ୍ରତ୍ୟାସୀ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହୋଇଛି । ଏହିପରି ଭାବରେ ବିଜେପିକୁ ୱାକଓଭର ମିଳିଯାଇଛି । ଏଠାରେ ବିଜେପି ରାଜ୍ୟ ସଭାପତି ବିଷ୍ଣୁ ଦତ୍ତ ଶର୍ମା ମଇଦାନରେ ଅଛନ୍ତି। ଯଦିଓ ଓଘଊଓ ମିଳିତ ମଞ୍ଚ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପ୍ରାର୍ଥୀ ପୂର୍ବତନ ଓଇଝ ଆରବୀ ପ୍ରଜାପତିଙ୍କୁ ସମର୍ଥନ କରିଥିଲା, ଏହା ସନ୍ତୋଷଜନକ ବିଷୟ ପରି ମନେହୁଏ । ତେବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୨୬ ଏପ୍ରିଲରେ ଖଜୁରାହୋରେ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.