Jai Odisha
News

ସାବଧାନ୍ ! ରାଜକୀୟ ଢଙ୍ଗରେ ଘର ଅଗଣାରେ ବୁଲୁଛି ବ୍ଲାକ୍ ପାନ୍ଥର ।

ବାଘର ନାଁ ହିଁ ଯଥେଷ୍ଟ କାହା ମନରେ ଭୟ ସୃଷ୍ଟି କରିବା ପାଇଁ । ତେବେ ଏହାକୁ ଜଙ୍ଗଲରେ ଦେଖିବା ଏକ ସାଧାରଣ କତା । କିନ୍ତୁ ଥରେ ଭାବନ୍ତୁ ଯଦି ରାତି ସମୟରେ ଏହା ଅପଣଙ୍କ ଘରକୁ ଆସିଯାଏ ତେବେ ଅବସ୍ଥା କଣ ହେବ । ଏହି ପରି ଏକ ଭୟଙ୍କର ଦଶ୍ୟ ଏବେ ସୋଶିଆଲ ମିଡ଼ିଆରେ ଭାଇରାଲ ହେଉଛି । ଟ୍ୱିଟରରେ ଏକ ପୋଷ୍ଟରେ ଆଇଏଫଏସ ଅଧିକାରୀ ପରଭେନ କାସୱାନ ତାମିଲନାଡୁର ନୀଳଗିରିରେ ଏକ ଘର ବାହାରେ ବୁଲୁଥିବା ଏକ ବ୍ଲାକ୍ ପାନ୍ଥରର ବା କଳା ବାଘର ଏକ ଭିଡିଓ ସେୟାର କରିଛନ୍ତି ଯାହା ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଛି। ଭିଡ଼ିଓରେ ରାତି ସମୟରେ ଏକ ଘରର ଅଗଣା ଦେଖାଯାଏ , ଯେଉଁଠି କେହି ବି ନଥାନ୍ତି । କିନ୍ତୁ ହଠାତ୍ ଏକ କଳା ବାଘ ଏଠାକୁ ଆସିଯାଏ । ସେ କିଛି ସମୟ ଅଗଣାରେ ବୁଲିବା ପରେ ସେଠାରୁ ପଳେଇଯାଏ । ଏହି ଦୃଶ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଉଭୟ ଭୟ ଏବଂ ଆଶ୍ଚର‌୍ୟ୍ୟ ସୃଷ୍ଟି କରିଛି ।ଏହି ଭିଡିଓ ଅନଲାଇନରେ ପୋଷ୍ଟ ହେବା ପରଠାରୁ ୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଭୟଭୀତ ହୋଇଥିବାବେଳେ ଅନ୍ୟମାନେ ଏହା ଆକର୍ଷଣୀୟ ଏବଂ ସୁନ୍ଦର ବୋଲି କହିଥିଲେ।

Leave A Reply

Your email address will not be published.