Jai Odisha
News

ପ୍ରଥମ ମହିଳା ସ୍ନାଇପର ସୁମନ କୁମାରୀ

ଯୁଗ ବଦଳିଲାଣି | ସମୟର ତାଳ ଦେଇ ମହିଳାମାନେ ଆଗେଇ ଚାଲିଛନ୍ତି ପୁଅ ମାନଙ୍କ ସହ ସମାସ୍କନ୍ଦ ହେବା ପାଇଁ | କିଛି ଜଣ ନିଜ ସ୍ୱପ୍ନକୁ ପୁରଣ କରିବା ପାଇଁ ଆଗେଇଚାଲିଛନ୍ତି ଆଉ ସଫଳ ମଧ୍ୟ ହେଉଛନ୍ତି | ଯେପରିକି ଭାରତର ପ୍ରଥମ ମହିଳା ସ୍ନାଇପର ସୁମନ କୁମାରୀ । ହିମାଞ୍ଚଳ ପ୍ରଦେଶର ମଣ୍ତିଜିଲ୍ଲାର ଏକ ସାଧାରଣ ପରିବାରରେ ତାଙ୍କ ଜନ୍ମ | ଇନ୍ଦୋର, ହିମାଚଳ ପ୍ରଦେଶରୁ ଆସିଥିବା ସବ୍ ଇନ୍ସପେକ୍ଟର ସୁମନ କୁମାରୀ ଇନ୍ଦୋର ସ୍ଥିତ ସେଣ୍ଟରାଲ ସ୍କୁଲ ଅଫ୍ ଓ୍ବିପନ୍ସ ଆଣ୍ତ ଟାକଟିସରେ 8 ସପ୍ତାହର ସ୍ନାଇପର ର୍କୋସ ଶେଷ କରିଛନ୍ତି ।ତାଙ୍କ ପିତା ଜଣେ ଇଲେକ୍ଟ୍ରିସିଆନ ଏବଂ ମାତା ଜଣେ ଗୃହିଣୀ ଥିଲେ , ଏହା ପୂର୍ବରୁ ସେ ଅସ୍ତ୍ରଶସ୍ତ୍ର ର ତାଲିମ ନେଇଥିଲେ | ଏହି ର୍କୋସ କରିବା ସମୟରେ ସୁମନ ଏକମାତ୍ର ମହିଳା ଥିବା ବେଳେ ତାଙ୍କ ସହ 57 ପୁରୁଷ ସହପାଠୀ ରହିଥିଲେ । ଆତଙ୍କବାଦୀ ଓ ଅପରାଧୀଙ୍କୁ ମାରିବା କ୍ଷେତ୍ରରେ ସ୍ନାଇପରମାନଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ।ଛୋଟ ସହରରୁ ଆସିଥିବା ସୁମନ ଚିରାଚରିତ ନିୟମକୁ ଭାଙ୍ଗି ପ୍ରଥମ ମହିଳା ସ୍ନାଇପର ଭାବେ ନୂଆ ରେର୍କଡ ସ୍ଥାପନ କରିଛନ୍ତି ।ପଞ୍ଜାବ ବିଏସ୍ ଏଫ୍ ୟୁନିଟର ସବ୍ ଇନ୍ସପେକ୍ଟର ସୁମନ କୁମାରୀ ଇତିହାସ ଫର୍ଦ୍ଦରେ ନିଜ ନାମକୁ ସ୍ବର୍ଣ୍ଣକ୍ଷରରେ ଲିପିବଦ୍ଧ କରିଛନ୍ତି |

Leave A Reply

Your email address will not be published.