Jai Odisha
News

CBSE ଦଶମ ପରୀକ୍ଷା ଫଳାଫଳ ଘୋଷଣା

ନୂଆଦିଲ୍ଲୀ,୧୨।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ) ପକ୍ଷରୁ ଆଜି ପ୍ରଥମେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ।ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୮୭.୩୩ % ରହିଛି।   ପୁଅଙ୍କ ପାସ ହାର ୮୪.୬୭ ପ୍ରତିଶତ ରହିଥିବା ବେଳେ ଝିଅଙ୍କର ପାସ ହାର ୯୦.୬୮ ପ୍ରତିଶତ ରହିଥିଲା । ତେବେ ଏହା ମଧ୍ୟରେ ସିବିଏସଇ ପକ୍ଷରୁ ଦଶମ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଏ ବାବଦରେ ସିବିଏସଇର ଅଫିସିଆଲ ୱେବସାଇଟ୍ https://cbseresults.nic.in/, https://www.cbse.gov.in/ରେ ସୂଚନା ଦିଆଯାଇଛି ।ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ।   cbseresults.nic.in ଓ cbse. gov.inରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଛାତ୍ରଛାତ୍ରୀ ଏହି ସାଇଟ୍‌କୁ ଯାଇ ନିଜ ରେଜଲ୍ଟ ଜାଣିପାରିବେ।ଏଥିନିମନ୍ତେ ସେମାନଙ୍କୁ ନିଜ ରୋଲ ନମ୍ବର ଓ ଜନ୍ମ ତାରିଖ ଦେବାକୁ ପଡ଼ିବ । ଏହାପରେ ସାଇଟ୍‌ ଖୋଲିଲେ ସେମାନ ନିଜ ମାର୍କ ଜାଣିପାରିବେ।  ଗତ ଥର ଅପେକ୍ଷା ଚଳିତ ଥର ପାସ୍ ହାର କମ୍ ଥିବା ଜଣାଯାଇଛି। ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ୬% ଥିବା ଜଣାଯାଇଛି। ଚଳିତ ଥର ଛାତ୍ରୀଙ୍କ ପାସ୍‌ ହାର ୯୦.୬୮% ଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୮୪.୬୭% ରହିଛି।

Leave A Reply

Your email address will not be published.