Jai Odisha
News

ରାଜଧାନୀରେ ଚାଲିଛି ଚେକିଂ

ରାଜଧାନୀରେ ଚାଲିଛି ଚେକିଂ | ରାତି ତମାମ ଚାଲିଛି ଯାଞ୍ଚ କରୁଛି ପୋଲିସ | ମଦୁଆ ଓ ବେପରୁଆ ଗାଡି ଭାବେ ଚଳାଉଥିବା ଚାଳକଙ୍କୁ ମିଳୁଛି ସବକ | ରାଜଧାନୀର ବିଭିନ୍ନ ଛକରେ କମିଶନରେଟ ପୋଲିସ ଗାଡି ଅଟକାଇ ଯାଞ୍ଚ କରୁଛି । ଏପରିକି କେତେପରିମାଣର ମଦ୍ୟପାନ କରିଛନ୍ତି ତାହାମଧ୍ୟ ଯାଞ୍ଚ କରାଯାଉଛି । ମଦ ପିଇ ଗାଡି ଚଳାଇଲେ କଟୁଛି ଫାଇନ | ସୂଚନା ଅନୁସାରେ ରାତିରେ ରାଜଧାନୀରେ ଅନେକ ଲୋକ ମଦ ପିଇ ବେପରୁଆ ଭାବରେ ଗାଡି ଚଳାଉଛନ୍ତି ଯାହା ଫଳରେ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି | ଏମାନଙ୍କୁ ସାଇଜ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି । ତେବେ କାଲି ରାତିରେ କଟକ ରୋଡର ଲକ୍ଷ୍ମୀ ସାଗର, ଝାରପଡା ଛକ, କଳ୍ପନା ଛକ, ଚନ୍ଦ୍ରଶେଖରପୁର, ପଟିଆ, ଡମଣା, ଜାଭିୟର ଛକରେ ଜୋରଦାର ବ୍ଲକିଂ ଚେକିଂ କରାଯାଇଛି ଓ ତା ସହ ଚାଲାଣ ମଧ୍ୟ କଟାଯାଇଛି ।

Leave A Reply

Your email address will not be published.