Jai Odisha
News

ମିଳିଲା ଆଶ୍ୱସ୍ତି,ପାର୍ଟି ନିଜର ଆକାଉଣ୍ଟ ବ୍ୟବହାର କରିପାରିବ କଂଗ୍ରେସ

ନୂଆଦିଲ୍ଳୀ,୧୬/୦୨/୨୦୨୪: ବ୍ୟାଙ୍କ ଆକାଉଣ୍ଟ ଅଚଳ ଉପରେ କଂଗ୍ରେସକୁ ମିଳିଲା ଆସ୍ୱସ୍ଥି। ପାର୍ଟି ନିଜର ଆକାଉଣ୍ଟ ବ୍ୟବହାର କରିପାରିବ, ଏନେଇ ଇନକମ୍ ଟ୍ୟାକ୍ସ ଅପିଲେଟ୍ ଟ୍ରିବ୍ୟୁନାଲ ଆଜି ଏକ ଶୁଣାଣି କରି ଅନୁମତି ଦେଇଛନ୍ତି। ଏହି ମାମଲା ଉପରେ ଆସନ୍ତା ବୁଧବାର ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାଣି କରିବେ। ସେପର‌୍ୟ୍ୟନ୍ତ ପାର୍ଟିର ବ୍ୟାଙ୍କ ଖାତା ଅଚଳ ହେବ ନାହିଁ, ପୂର୍ବୋପରି କାର‌୍ୟ୍ୟ କରିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।
ସୂଚନାନୁସାରେ, କଂଗ୍ରେସର ମୋଟ ୯ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଥିଲା। ଏହି ସବୁ ଖାତାରେ ଥିବା ଟଙ୍କା ଉଠାଣ ଉପରେ ଇନକମ୍ ଟ୍ୟାକ୍ସ ଡିପାର୍ଟମୋଣ୍ଟ ରୋକ୍ ଲଗାଇଥିଲା। ଗତକାଲି ଏନେଇ କଂଗ୍ରେସ ଆୟକର ଅପିଲେଟ୍ ଟ୍ରିବ୍ୟୁନାଲରେ ଏକ ଆବେଦନ କରିଥିଲା।

Leave A Reply

Your email address will not be published.