Jai Odisha
News

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ବେଳେ ମୁହାଁମୁହିଁ ସ୍ଥିତି

ନାମାଙ୍କନ ବେଳେ ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ବେଳେ ମୁହାଁମୁହିଁ ସ୍ଥିତି । ଜୟ ଜଗନ୍ନାଥ, ଜୟ ଶ୍ରୀରାମ ନାରା ଲଗାଇ ଉଭୟ ପକ୍ଷରୁ ହୋହଲ୍ଲା । ଦୁଇ ଦଳର କର୍ମୀମାନେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସର ପରିସରରେ ନାରାବାଜି କରିବା ସହିତ ମୁହାଁମୁହିଁ ହେଇଛନ୍ତି । ତେବେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ, ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସି ନଥିଲା।

ସୂଚନାଯୋଗ୍ୟ ଯେ, ଅପରାଜିତାଙ୍କ ପୂର୍ବରୁ ବିଜେଡି ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ ରାଉତରାୟ । ତେବେ ଭୋଟ୍ ପଡିବାକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ, ଜିଲ୍ଲପାଳ ଅଫିସ ଆଗରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହେବା ଚର୍ଚ୍ଚା ସୃଷ୍ଟି କରିଛି । ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଅପରାଜିତା ।

Leave A Reply

Your email address will not be published.