Jai Odisha
News

କଂଗ୍ରେସକୁ ଶକ୍ତ ଝଟ୍‌କା : ୟୁଥ୍ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟ ଅଚଳ

ନୂଆଦିଲ୍ଳୀ,୧୬/୦୨/୨୪ : କଂଗ୍ରେସକୁ ଝଟକା ପରେ ଝଟ୍‌କା । ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାର ସପ୍ତାହେ ପୂର୍ବରୁ କଂଗ୍ରେସ ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ ହୋଇଯାଇଛି। ଆୟକର ବିଭାଗ ୟୁଥ୍ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେବା ସହ ଆମ ଉପରେ ୨୧୦ କୋଟି ଟଙ୍କା ଟ୍ୟାକ୍ସ ପକାଇଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ଦଳର କୋଷାଧ୍ୟକ୍ଷ ଅଜୟ ମାକେନ ଏକ ସାମ୍ବାଦିକ ସମ୍ମିଳନୀରେ ଇନକମ ଟ୍ୟାକ୍ସର ଏପରି ପଦକ୍ଷେପ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଚିନ୍ତାରେ ପକାଇଦେବା ଭଳି କହିଛନ୍ତି। ନିର୍ବାଚନ ପ୍ରସ୍ତୁତିରେ ବାଧା ଦେବା ପାଇଁ ଏପରି କରାଯାଇଥିବା କହିଛନ୍ତି ମାକେନ। ସେ ଆହୁରି କହିଛନ୍ତି ଯେ, ଗଣତନ୍ତ୍ରରେ ଏହିପରି ଘଟିବା ଆଦୌ ଉଚିତ ନୁହେଁ, ଯେଉଁଠାରେ କେବଳ ଗୋଟିଏ ଦଳର ମନମାନି ଚାଲିଛି, ଆମେ ନ୍ୟାୟପାଳିକା, ଗଣମାଧ୍ୟମ ଏବଂ ଲୋକଙ୍କଠାରୁ ନ୍ୟାୟ ଚାହୁଁଛୁ। ଆମେ ଆୟକର ଆବେଦନ ଟ୍ରିବ୍ୟୁନାଲରେ ଏକ ପିଟିସନ ଦାଖଲ କରିଛୁ, ସେଠାରେ ଶୁଣାଣି ଚାଲିଛି, ଶୁଣାଣି ପୂର୍ବରୁ ପ୍ରକାଶ କରିବା ଉଚିତ ନୁହେଁ।

Leave A Reply

Your email address will not be published.