Jai Odisha
News

ହଟିଲା ସସ୍‌ପେନ୍ସ : ରାଏବରେଲିରୁ ରାହୁଲ ଓ ଆମେଠୀରୁ କଂଗ୍ରେସ ମଙ୍ଗ ସମ୍ଭାଳିବେ କେ.ଏଲ ଶର୍ମା

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ରାଏବରେଲି ଏବଂ ଆମେଠୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଣୋ କଲା କଂଗ୍ରେସ । ରାଏବରେଲି ଏବଂ ଆମେଠୀରୁ କଂଗ୍ରେସ ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ରାଜନୈତିକ ମାହୋଲରେ ଅନେକ ପ୍ରଶ୍ନ ଉଠୁଥିଲା । ତେବେ ଆଜି ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଦଳ । ନାମାଙ୍କନର ଶେଷ ଦିନରେ ଦଳ ଏକ ନୂତନ ତାଲିକା ପ୍ରକାଶ କରିଛି ଏବଂ ଏହି ଦୁଇଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳର ନିଷ୍ପତ୍ତି ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ଆମେଠୀରୁ ଗାନ୍ଧୀ ପରିବାର କେ.ଏଲ୍ ଶର୍ମାଙ୍କୁ ପ୍ରାର୍ଥୀ କରିଛି।
ଗତ କିଛି ଦିନ ଧରି ସମଗ୍ର ଦେଶରେ ଏକ ଜୋର୍‌ସୋର୍ ଚର୍ଚ୍ଚା ଧରିଥିଲା ଯେ ଦଳ ଏଥର କଂଗ୍ରେସର ଗଡ଼ ଅମେଠୀରୁ ଏବଂ ରାଏବରେଲି କାହାକୁ ପ୍ରାର୍ଥୀ କରିବ। ବର୍ତ୍ତମାନ କଂଗ୍ରେସ ହାଇକମାଣ୍ଡ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥର କଂଗ୍ରେସ କେଏଲ ଶର୍ମାଙ୍କୁ ଆମେଠୀରୁ ପ୍ରାର୍ଥୀ କରିଛି । ଅନ୍ୟପଟେ ରାହୁଲ ଗାନ୍ଧୀ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ଗଡ଼ ହୋଇ ରହିଥିବା ରାଏବରେଲିରୁ ନିର୍ବାଚନ ଲଢିବେ। ରାହୁଲ ଗାନ୍ଧୀ ଆଜି ନିଜ ନାମାଙ୍କନପତ୍ର ଦାଖଲ କରିବେ। ଏ ସମ୍ପର୍କରେ କଂଗ୍ରେସ କାର‌୍ୟ୍ୟାଳୟରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କେଏଲ ଶର୍ମା କହିଛନ୍ତି ଯେ ସେ ଏପର‌୍ୟ୍ୟନ୍ତ ତାଙ୍କ ପ୍ରାର୍ଥୀପତ୍ର ସମ୍ପର୍କରେ ସୂଚନା ପାଇନାହାଁନ୍ତି। କେ.ଏଲ୍ ଶର୍ମା ମୂଳତ ଲୁଧିଆନାର ବାସିନ୍ଦା ଏବଂ ଦୀର୍ଘ ଦିନ ଧରି ଗାନ୍ଧୀ ପରିବାରର ନିକଟତର ହୋଇଥିଲେ। ଆମେଥୀ ଏବଂ ରାଏବରେଲିରେ ସେ ନିର୍ବାଚନ ରଣନୀତି ପ୍ରସ୍ତୁତ ଏବଂ କାର‌୍ୟ୍ୟକାରୀ କରିବା ଦିଗରେ କାର‌୍ୟ୍ୟ କରୁଛନ୍ତି। ଅଦ୍ୟାବଧି ସେ ରା ବରେଲିର ଦାୟିତ୍ୱକୁ ସମ୍ପୂର୍ଣ୍ଣ ରୂପେ ତୁଲାଇଛନ୍ତି। ନିଶ୍ଚିତ ଭାବରେ ଆମେଠୀରେ ଗତ ଦୁଇଟି ନିର୍ବାଚନରେ ଭୋପାଳ ବାସିନ୍ଦା ରାହୁଲଙ୍କ ନିକଟସ୍ଥ ନେତା ଚନ୍ଦ୍ରକାନ୍ତ ଦୁବେ ତାଙ୍କ ବଦଳରେ ଏହାକୁ ସମ୍ଭାଳିଛନ୍ତି । ତେବେ ସେ ଏଥର ଦୃଶ୍ୟମାନ ହେଉନାହାଁନ୍ତି। ତେବେ କିଶୋରୀ ଲାଲ ସୋନିଆଙ୍କ ପାଇଁ ଚାଣକ୍ୟ ଭୂମିକା ନିଭାଉଛନ୍ତି ।

Leave A Reply

Your email address will not be published.