Jai Odisha
News

ମହିଳାଙ୍କୁ କଂଗ୍ରେସର ଗ୍ୟାରେଂଟି

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଦଳ ଯଦି ନିର୍ବାଚନ ଜିତିବ ନାରୀ ନ୍ୟାୟ ଗ୍ୟାରେଂଟି ଯୋଜନା ଆରମ୍ଭ କରିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଏହି ଯୋଜନାରେ ଗରିବ ମହିଳାଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ମିଳିବ । ସରକାରୀ ନିଯୁକ୍ତି ଥିବା ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ସୋସିଆଲ ମିଡିଆରେ ମଲ୍ଲିକାର୍ଜୁନ ଖଡଗେ ଆହୁରି ମଧ୍ୟ କହିଛନ୍ତି ଏହା ଆମର ଗ୍ୟାରେଂଟି , ଏହା ମିଥ୍ୟା ପ୍ରତିଶୃତି ନୁହେଁ ବରଂ ଏହା ପଥରର ଗାର । ୧୯୨୬ ରୁ ଏ ପର୍ଯ୍ୟନ୍ତ ଆମର ରେକର୍ଡ ରହିଛି ଯେ ଯେବେ ବି ଆମର ବିରୋଧି ଜନ୍ମ ନିଅନ୍ତି ଆମେ ଇସ୍ତାହାର ପ୍ରତିଶ୍ରୁତି ପୂରଣ କରି ଜବାବ ଦେଉ । ଆମ ଦେଶର ଅଧା ଜନସଂଖ୍ୟା ହେଉଛନ୍ତି ମହିଳା । ସେମାନଙ୍କ ପ୍ରତି ଆମର ଦାୟିତ୍ୱ ରହିଛି । ଆମ ଗ୍ୟାରେଂଟି ଶତ ପ୍ରତିଶତ ।

Leave A Reply

Your email address will not be published.