Jai Odisha
News

ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ : ୩ଟି ଆସନରେ ବଦଳିଲେ ପ୍ରାର୍ଥୀ

ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ଦ୍ବିତୀୟ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ୭୫ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ତେବେ ପୂର୍ବରୁ ଘୋଷିତ ୩ଟି ଆସନରେ ପ୍ରାର୍ଥୀଙ୍କୁ ବଦଳାଇ ଦିଆଯାଇଛି। ଏଯାଏ କଂଗ୍ରେସ ପକ୍ଷରୁ ୧୧୯ଟି ବିଧାନସଭା ଆସନ ଓ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ସରିଛି। ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ବାଙ୍କୀ ଦେବାଶିଷ ପଟ୍ଟନାକ ଓ ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।
ତେବେ ୩ଟି ସ୍ଥାନରେ କଂଗ୍ରେସ ତା’ର ପୂର୍ବ ପ୍ରାର୍ଥୀଙ୍କୁ ବଦଳାଇଛି। ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ କଂଗ୍ରେସ ଦେବେନ୍ଦ୍ର ଭିତିରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସେହିପରି କବିସୂର‌୍ୟ୍ୟନଗରରେ ଚିରଞ୍ଜିବୀ ବିଷୋୟୀଙ୍କ ସ୍ଥାନରେ ବିପନ ସ୍ବାଇଁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
ସୂଚନାଯୋଗ୍ୟ, ଏପ୍ରିଲ ୨ରେ କଂଗ୍ରେସ ୪୯ ଜଣ ପ୍ରାର୍ଥୀଙ୍କ ନାମ ଘାଷଣା କରିଥିବା ବେଳେ ପ୍ରବୋଧ ଓ ସୁରଦାଙ୍କୁ ଟିକେଟ ବି ଦେଇଥିଲା। ସେମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମାତ୍ର ଏବେ ସେମାନଙ୍କ ଟିକେଟ୍‌କୁ ଦଳ କାଟି ଦେଇଛି। ଏନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.