Jai Odisha
News

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା ଭଦ୍ର

ବନବିଭାଗ ନିକଟରେ ଆତ୍ମସମର୍ପଣ କଲେ ଭଦ୍ରକର ବିବାଦୀୟ ୟୁଟ୍ୟୁବର ଦମ୍ପତ୍ତି । ଚର୍ଚ୍ଚିତ ୟୁ ଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି । ଗତ ୨୪ ତାରିଖରେ ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ଯାଜପୁର ବ୍ଲକ ଜହଳ ଗାଁ ସ୍ଥିତ ଭଦ୍ର ଦମ୍ପତିଙ୍କ ଘରେ ଚଢ଼ାଉ କରିଥିଲେ । ବନ୍ୟଜନ୍ତୁଙ୍କ ସହ ସାମାଜିକ ଗଣମାଧ୍ୟମରେ ଫୋଟୋ ଭିଡିଓ ସେୟାର କରିବା ମହଙ୍ଗା ପଡିଲା । ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ଚଢାଉ କରଥିଲା ବନ ବିଭାଗ । ମୋନାଲିସା କେତେବେଳେ ମାଙ୍କଡ଼ଙ୍କୁ ଖାଇବାକୁ ଦେଇଥିଲେ ତ ଆଉ କେତେବେଳେ ସାପ ଧରି ନଚାଉଥିଲେ। ଆଉ କେତେବେଳେ ଘୋଡା ପିଠିରେ ବସି ବୁଲୁଥିଲେ। ଯାହାର ଭିଡିଓ ଓ ଫଟୋକୁ ନିଜ ୟୁଟ୍ୟୁବ ଏବଂ ସୋଶାଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ଏଥିପାଇଁ ସେମାନେ ମାଲାମାଲ ହେଉଥିଲେ । ଏନେଇ ତାଙ୍କୁ ବାରମ୍ବାର ତାଗିଦ କରିବା ସତ୍ୱେ ସେ କିଛି ଶୁଣିନଥିଲେ । ତାଙ୍କ ଘରୁ ମାଙ୍କଡକୁ ଉଦ୍ଧାର କରିଥିଲା ବନବିଭାଗ । ଚଢ଼ାଉ କରି ବନ ବିଭାଗ ପକ୍ଷରୁ ଏକ ମାଙ୍କଡ଼କୁ ଜବତ କରି ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି।

Leave A Reply

Your email address will not be published.