Jai Odisha
News

ସାଇବର ଠକେଇଙ୍କ ନୂଆ ଜାଲ

ଆଗକୁ ଅଛି ନିର୍ବାଚନ । ବଢିଚାଲିଛି ସାଇବର ଠକେଇଙ୍କ ଉତପାତ୍ । ନିର୍ବାଚନକୁ ଦେଖି ଜାଲ ପକାଇଲେଣି ସାଇବର ଠକେଇମାନେ । କେତେବେଳେ ଫେସବୁକ ରେ ତ କେତେବେଳେ ଫୋନ ପେ ରେ । ଚାରିଆଡେ ବୁଢିଆଣି ଜାଲ ବିଛାଇଦେଲେଣି । ନିର୍ବାଚନରେ କୋଟି କୋଟି ଟଙ୍କା ଲୁଟିବାକୁ ପ୍ରସ୍ତୁତି କଲେଣି ବ୍ଲୁ ପ୍ରିଂଟ । ଟାଟା ଫୋନ ପେ ରେ ଆକାଉଂଟରେ ଟଙ୍କା ଯାଉଥିବା ଅଫର ନେଇ ଲୁଟୁଛନ୍ତି କୋଟି କୋଟି ଟଙ୍କା । ନିର୍ବାଚନୀ ଆଳରେ ବିଜେପି ୩ ମାସ ଫ୍ରି ରିଚାର୍ଜ ଦେଉଥିବା ପୋଷ୍ଟ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି ।ସେହି ଲିଙ୍କ ଉପରେ କ୍ଲିକ କଲେ ୩ମାସ ର ଫ୍ରି ରିଚାର୍ଜ ଦେଖୀବାକୁ ମିଳୁଛି । କିନ୍ତୁ ବାସ୍ତବରେ ଏହା ସାଇବର ଠକମାନଙ୍କର କାମ । ସାରା ଦେଶରେ ଏହି ମେସେଜ ଦ୍ରତଗତି ଭାବରେ ବଢିଚାଲିଛି । ସାଇବର ଅପରାଧି ମାନେ ଏହାକୁ ବିଜେପିର ଫ୍ରି ରିଚାର୍ଜ ବୋଲି ଦର୍ଶାାଇଛନ୍ତି । ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଫର ଗୁଡିକ ରହିବ ବୋଲି ମଧ୍ୟ କୁହାଯାଇଛି । ମେସେଜରେ କ୍ଲିକ କଲେ ତଳେ ଏକ ତଥ୍ୟ ମାଗୁଛି ଯାହାକି ବ୍ୟକ୍ତିଗତ ତଥ୍ୟ ଭରିବା ପାଇଁ କୁହାଯାଇଛି । ପରେ ଏକ ଓଟିପି ଆସୁଛି ଯାହଫଳରେ ସେ ଓଟିପିକୁ ନେଇ ସାଇବର ଅପରାଧିମାନେ ଟଙ୍କା ଲୁଟିବା ସହ ନିଜର ବ୍ୟକ୍ତିଗତ ତଥ୍ୟକୁ ଚୋରି କରୁଛନ୍ତି । ନୂଆ ନୂଆ ତରିକାରେ ଲୋକଙ୍କୁ ଜାଲରେ ପକାଇ ଲୁଟୁୁଛନ୍ତି । ଯାହାଫଳରେ ଲୋକମାନେ ଅସୁବିଧାରେ ପଡୁଛନ୍ତି । ଏଥିପ୍ରତି ସତର୍କ ରହିବାକୁ ସାଇବର ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.