Jai Odisha
News

ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏନେଇ ଆମ୍ ଆଦମି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ସମନ ଅଣସାମ୍ବିଧାନିକ । ଯାଞ୍ଚ ଏଜେନ୍ସି କେଜ୍ରିଓ୍ବାଲଙ୍କୁ ବାରମ୍ବାର ସମନ ପଠାଇବା ଅପେକ୍ଷା କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍ ବୋଲି ପାର୍ଟି ନେତା କହିଛନ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲା କୋର୍ଟରେ ରହିଥିବାରୁ ଇଡିରେ କେଜ୍ରିଓ୍ବାଲ ହାଜର ହେବେ ନାହିଁ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋଙ୍କୁ ଷଷ୍ଠ ଥର ପାଇଁ ହାଜର ହେବାକୁ ନୋଟିସ୍ ପଠାଇଛି । ଯାଞ୍ଚ ଏଜେନ୍ସିର ସଦ୍ୟ ସମନଟି ଫେବ୍ରୁଆରୀ ୧୪ ତାରିଖରେ ଜାରି କରିଥିଲା ଏବଂ ୧୯ ଫେବ୍ରୁଆରୀରେ ହାଜର ହେବାକୁ କୁହାଯାଇଥିଲା । ମାତ୍ର ଏହି ମାମଲା କୋର୍ଟରେ ବିଚାରଧୀନ ରହିଥିବାରୁ ଇଡି ସମନକୁ ଅଣଦେଖା କରିଛନ୍ତି ।

Leave A Reply

Your email address will not be published.