Jai Odisha
News

ଖୁବ୍ ଶୀଘ୍ର ଦୀଲ୍ଲି ମହିଳାଙ୍କୁ ମାସକୁ ମିଳିବ ୧ ହଜାର ଟଙ୍କା

ଖୁବ୍ ଶୀଘ୍ର ଦୀଲ୍ଲି ମହିଳାଙ୍କୁ ମାସକୁ ମିଳିବ ୧ ହଜାର ଟଙ୍କା । ଏନେଇ ଆପ୍ ନେତ୍ରୀ ଆତିଶୀ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ତିହାର ଜେଲରୁ ମହିଳାଙ୍କ ପାଇଁ ଏନେଇ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ ।
ସୂଚନା ଅନୁସାରେ, ଆତିଶୀ ସୋମବାର ଦିନ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଯେଉଁ ସମୟରେ କେଜ୍ରିୱାଲ ତାଙ୍କୁ ଗ୍ରୀଷ୍ମ ଋତୁରେ ଦିଲ୍ଲୀରେ ପାଣିର ଅଭାବ ଯେପରି ନ ରୁହେ ଏବଂ ସମସ୍ତଙ୍କୁ ଔଷଧ ନିୟମିତ ମିଳିବା ଉଚିତ୍ । ସିଏମ କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଶୀଘ୍ର ମହିଳାମାନଙ୍କୁ ମାସକୁ ୧ ହଜାର ଟଙ୍କା ଲେଖାଏଁ ଦିଆଯିବ।
ଆମ୍ ଆଦମୀ ପାର୍ଟି ନେତା ଅତିଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଜେଲର ରହି ମଧ୍ୟ କେଜ୍ରିୱାଲ ନିଜ ପାଇଁ ଚିନ୍ତିତ ନୁହଁନ୍ତି ବରଂ ସେ ୨ କୋଟି ଦିଲ୍ଲୀବାସୀଙ୍କୁ ନେଇ ଚିନ୍ତାରେ ଅଛନ୍ତି । ଆଜି ସେ ଅର୍ଥାତ୍ ଆତିଶୀ ଜେଲ ଗସ୍ତ ସମୟରେ ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ପାଠପଢା ବିଷୟରେ ପଚାରି ବୁଝିଥିଲେ କେଜ୍ରିୱାଲ । ଏହାସହ ଗ୍ରୀଷ୍ମଋତୁରେ ଯେପରି ଦିଲ୍ଲୀରେ ପାଣିର ଅଭାବ ନ ରୁହେ ସେ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି ଲେଖିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ମା, ଭଉଣୀ ଏବଂ ଝିଅମାନଙ୍କ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି ଯେ, ସେ ଶୀଘ୍ର ବାହାରକୁ ଆସିବେ ଏବଂ ନିଶ୍ଚିତ ଭାବରେ ଦିଲ୍ଲୀର ମହିଳାମାନଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ଦେବାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ। ଅର୍ଥମନ୍ତ୍ରୀ ଆତିଶୀ ୨୦୨୪-୨୫ ବଜେଟରେ ଦିଲ୍ଲୀର ମହିଳାମାନଙ୍କୁ ମାସକୁ ଏକ ହଜାର ଟଙ୍କା ଦେବା ନେଇ ଘୋଷଣା କରିଥିଲେ।

Leave A Reply

Your email address will not be published.