Jai Odisha
News

ଦେଶକୁ ମିଳିଲା ନୌସେନା ନୂଆ ମୁଖ୍ୟ

ଦିନେଶ କେ, ତ୍ରିପାଠୀଙ୍କୁ ମଙ୍ଗଳବାର ଦିନ ଦେଶର ୨୬ ତମ ଜଳସେନା ମୁଖ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ହରି କୁମାରଙ୍କ ଅବସରରେ ପରେ ଦିନେଶ କେ,ତ୍ରିପାଠୀଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି । ଆଡମିରାଲ ଦିନେଶ କେ. ତ୍ରିପାଠୀ ଏହା ପୂର୍ବରୁ ଭାରତୀୟ ନୌସେନାର ଉପ-ପ୍ରମୁଖ ଭାବେ ଦାୟିତ୍ୱ ସମ୍ଭାଳୁଥିଲେ । ପଦଭାର ସମ୍ଭାଳିବା ପୂର୍ବରୁ ଆଡମିରାଲ ଦିନେଶ ତ୍ରିପାଠୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ନିକଟକୁ ଯାଇ ସହିଦମାନଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ଦିଲ୍ଲୀର ସାଉଥ୍ ବ୍ଲକ ତରଫରୁ ମଧ୍ୟ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ବର୍ତ୍ତମାନର ନୌସେନା ମୁଖ୍ୟ ପିଭିଏସ୍‌ଏମ୍‌, ଏଭିଏସ୍‌ଏମ୍‌, ଭିଏସ୍‌ଏମ୍ ଆଡମିରାଲ ଆର. ହରି କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏବେ ୨୬ ତମ ଭାରତୀୟ ନୌସେନା ମୁଖ୍ୟ ହୋଇଛନ୍ତି ଆଡମିରାଲ ତ୍ରିପାଠୀ । ସେ ନୌସେନାରେ ପ୍ରାୟ ୪୦ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଏକାଧିକ ଗୁରୁ ଦାୟିତ୍ୱ ଓ ସାମୁଦ୍ରିକ ମିଶନର ନେତୃତ୍ୱ ମଧ୍ୟ ନେଇଛନ୍ତି । ୧୯୬୪ ମସିହା ମେ’ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ୧୯୮୫ ମସିହା ଜୁଲାଇ ପହିଲାରେ ଭାରତୀୟ ନୌସେନାରେ ଭର୍ତ୍ତି ହୋଇଥିଲେ ।
ସେ ପ୍ରାରମ୍ଭିକ ସମୟରେ ଜଣେ ନୌସନିକ ଭାବେ କାର୍ଯ୍ୟନିର୍ବାହୀ ଶାଖାରେ ଯୋଗ ଦେଇଥିଲେ । ଜଣେ ଯୋଗାଯୋଗ ଏବଂ ବୈଦ୍ୟୁତିକ ଯୁଦ୍ଧ ବିଶେଷଜ୍ଞ ଭାବେ ତାଙ୍କର ଅଭିଜ୍ଞତା ରହିଛି । ସେ ପ୍ରାୟ ୩୯ ବର୍ଷ ଧରି ନୌସେନାରେ ଏକାଧିକ ବରିଷ୍ଠ କମାଣ୍ଡିଂ ପଦରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପଶ୍ଚିମ-ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ଚିଫ୍ ଭାବରେ ମୁମ୍ବାଇ ନୌସେନା ବେସରେ କାଯ୍ୟରତ ଥିଲେ ।

Leave A Reply

Your email address will not be published.