Jai Odisha
News

ଡ଼ିଜେ ଟଏଲେଟ୍ : ଶୌଚ ହେବା ସମୟରେ ମିଳିବ କ୍ଲବର ମଜା

ସୋସିଆଲ ମିଡିଆରେ, କେବେ କ’ଣ ଦେଖିବାକୁ ମିଳିବ ତାହା କେହି କେବେ କହିପାରିବ ନାହିଁ । ଅନେକ ଥର ଏପରି ଭିଡିଓ ଦେଖିବାକୁମିଳେ ଯାହାକେବଳ ଆଶ୍ଚର୍ଯ୍ୟ କରେ ନାହିଁ ବରଂ ଏହା ଆପଣଙ୍କୁ ହସାଇ ହସାଇ ବେଦମ୍ କରିଦେବ । ବର୍ତ୍ତମାନ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି । ଆପଣ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାରର ଶୌଚାଳୟ ଦେଖିଥିବେ କିନ୍ତୁ ବର୍ତ୍ତମାନ ଏପରି ଏକ ଶୌଚାଳୟର ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଅପଣ ନିହାତି କହିବେ ଆଉ ପପ୍ ଯିବା କଣ ଦରକାର । ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଟଏଲେଟ୍ ରୁମ୍ କୁ ଜଣେ ବ୍ୟକ୍ତି ପ୍ରବେଶ କରୁଛନ୍ତି । ଏହାପରେ ସେ ସେଠାରେ ଲାଗିଥବବା ଏକ ସ୍ୱିଚ୍‌କୁ ଦବାନ୍ତି । ଯାହାପରେ ସମ୍ପୂର୍ଣ୍ଣ ନଜାରା ବଦଳିଯାଏ । ଭିଡିଓକୁ ଦେଖିଲେ ଏପରି ଲାଗୁଛି ଯେପରି ଏହା କିଛି କ୍ଲବର ଅଟେ କିନ୍ତୁ ବାସ୍ତବରେ ଏହା ଏକ ଶୌଚାଳୟ । ଏହି ଭିଡିଓକୁ ଏକ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଛି । ଭିଡିଓରେ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜଣେ ଉପଭୋକ୍ତା କହିଛନ୍ତି ଲୋକମାନେ ଶୌଚ ହେବେ କି ଡ଼ାନ୍ସ କରିବେ ।

Leave A Reply

Your email address will not be published.