Jai Odisha
News

ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍ ପୋଷଣ ଯୋଜନାରେ ମିଳିବ ଶୁଖିଲା ରାଶନ

ତାତିରେ ସିଝୁଛି ସାରା ଓଡ଼ିଶା । ଗୁଳୁଗୁଳି ଦାଉରେ ଅସହ୍ୟ ହେଉଛି ଜନଜୀବନ । ତେବେ ଏଭଳି ପଷ୍ଠକ୍ଟ୍ରତ୍ପ ଗ୍ରୀଷ୍ମ ପ୍ରବାହକୁ ଦେଖିରଜ୍ୟ ସରକାର ପଲାଙ୍କ ସ୍କୁଲ ଛୁଟି ଘୋଷଣଶ କରିଛନ୍ତି । ତେବେ ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା ରାଶନ ମିଳିବ। ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଗତ ୧୮ରୁ ୨୦ ତିନିଦିନ ସ୍କୁଲ ଛୁଟି କରିଥିଲେ ଏବଂ ଆସନ୍ତା ୨୫ରୁ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ, ଏପ୍ରିଲ ୨୫ରୁ ମେ’ ୪ ୯ଦିନ ହେଉଛି କାର୍ଯ୍ୟ ଦିବସ। ତେଣୁ ଏହି କାର୍ଯ୍ୟ ଦିବସ ପାଇଁ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଶୁଖିଲା ରାଶନ ଦିଆଯିବ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଶୁଖିଲା ରାଶନ ସେମାନଙ୍କ ଅଭିଭାବକଙ୍କୁ ଦିଆଯିବ। ସେହିପରି ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ସିଧାସଳଖ ଡିବିଟି ମୋଡ୍‌ରେ ସ୍କୁଲ ଛାତ୍ରୀଛାତ୍ର, ଅଭିଭାବକଙ୍କ ଆକାଉଣ୍ଟରେ ଅର୍ଥ ପୈଠ କରାଯିବ। ଜଟିଳ ପରିସ୍ଥିତିରେ ଯେଉଁଠାରେ ଆକାଉଣ୍ଟ ସ୍ଥାନାନ୍ତର ସମ୍ଭବ ନୁହେଁ, ସେଠାରେ ଏକ ନିର୍ଦ୍ଦିଷ୍ଟ ରେଜିଷ୍ଟର ମାଧ୍ୟମରେ ଦେୟ ପ୍ରଦାନ କରାଯିବ। ଏହି ରାଶନ ଏବଂ ସାମଗ୍ରୀର ମୂଲ୍ୟ ବଣ୍ଟନ ୧୫ ଦିନ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.