Jai Odisha
News

କାଳବୈଶାଖି ବର୍ଷା ପ୍ରଭାବରେ ଆଜି ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଜାରି ରହିଛି ବର୍ଷା

କୋହଲା ପାଗକୁ ହାଲୁକା ବର୍ଷା । କାଳବୈଶାଖି ବର୍ଷା ପ୍ରଭାବରେ ଅସହ୍ୟ ତାତିରୁ ମିଳିଛି ଆଶ୍ୱସ୍ତି । ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ବାଭାବିକ ସ୍ଥିତିରେ ରହିଛି। ଲଗାତର ତୃତୀୟ ଦିନରେ ରାଜ୍ୟରେ କୌଣସି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପି ନାହିଁ । ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଜାରି ରହିଛି ମଧ୍ୟମ ଧରଣର ବର୍ଷା । ଟ୍ବିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୧୦ ଜିଲାର କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ସହ ୧୪ ଜିଲାରେ ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ଆଜି ୧୦ ଜିଲାର କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହେବା ସହ୧୪ ଜିଲାରେ ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ହେବ। ଏନେଇ ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ଦେବଗଡ଼ ଏହିସବୁ ଜିଲାରେ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ୧୦ ଜିଲାରେ କୋହଲା ପାଗ ସହ ହାଲୁକା ବର୍ଷା ହେବା ନେଇ ପାଣିପାଗ ପୂର୍ବାନୁମାନ କରିଛି। ସେହି ଜିଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ ଦେବଗଡ଼ । ତେବେ ୧୩ ତାରିଖରୁ ପର‌୍ୟ୍ୟାୟ କ୍ରମେ ପାରଦ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲିଆଞ୍ଚଳିକ ପାଣିପାଗ ବିଭାଗପକ୍ଷରୁକୁହାଯାଇଛି।

Leave A Reply

Your email address will not be published.