Jai Odisha
News

ୟୁ ଟ୍ୟୁବରୁ ରୋଜଗାର

ଆଜିର ଏହି ସୋସିଆଲ ମିଡିଆର ଯୁଗରେ, ୟୁଟ୍ୟୁବ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟାର୍‌ମାନଙ୍କର ରାଜ ଚାଲିଛି । ଅନେକ ଲୋକ ୟୁଟ୍ୟୁବ୍‌ରେ ଭିଡିଓ ଅପଲୋଡ୍ କରି ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଅନେକ ଏଥିରେ କ୍ୟାରିୟର ମଧ୍ୟ ଗଢିଛନ୍ତି।

ୟୁଟ୍ୟୁବରେ ଯେକେହି ବି ହୁଅନ୍ତୁ ନା କାହିଁକି ନିଜର ଚ୍ୟାନେଲ ସୃଷ୍ଟି କରିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ Gmail ID ଦରକାର। କେଉଁ ବିଷୟରେ ନିଜ ଭିଡିଓ କରିବେ ସେ ସମ୍ପର୍କରେ ଆପଣ ଜାଣିବା ନିହାତି ଦରକାର | କିପରି ରୋଜଗାର କ୍ଷମ ହୋଇପାରିବେ ୟୁ ଟ୍ୟୁବ ରୁ ଜାଣିରଖନ୍ତୁ |
ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଏବଂ ଏହାକୁ ଆଗେଇ ନେବାକୁ କେତେକ ଜରୁରୀ କଥା ଉପରେ ନଜର ରଖିବା ଉଚିତ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିନେବା।
ପ୍ରାରମ୍ଭରେ ଥିମ୍ ସେଟ୍

ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଅତି ସହଜ କିନ୍ତୁ ଏହାକୁ ଚଳାଇବା ଏକ କଷ୍ଟକର କାମ। ଆପଣ କେଉଁ ବିଷୟ କିମ୍ବା ଥିମ୍ ଉପରେ ଏକ ଭିଡିଓ କରିବାକୁ ଚାହୁଁଛନ୍ତି ତାହା ଆରମ୍ଭରୁ ଠିକ୍ କରିବା ଉଚିତ। ଯେଉଁ ବିଷୟରେ ଆପଣ ସଠିକ ଜାଣିଛନ୍ତି ସେହି ବିଷୟରେ ଆପଣ ମାନେ କଆମ କରିବା ଉଚିତ |
ଏହା ଆପଣଙ୍କୁ ଆରାମଦାୟକ ହେବ ଏବଂ ଲୋକଙ୍କ ସହିତ ଉତ୍ତମ ସଂଯୋଗ ସ୍ଥାପନ କରିବାରେ ସକ୍ଷମ ହେବ।

ସଠିକ୍ ନାମକରଣ::
ୟୁଟ୍ୟୁବ୍ ଚ୍ୟାନେଲର ନାଁ ବହୁତ ଚିନ୍ତା କରି ରଖିବା ଉଚିତ।ଯେପରି ଲୋକମାନେ ଏହାକୁ ଖୋଜି ସବ୍‌ସ୍କ୍ରାଇବ୍‌ କରିପାରିବେ। ଏହା ମଧ୍ୟ ମନେରଖନ୍ତୁ ଯେ ୟୁଟ୍ୟୁବ୍ ଚ୍ୟାନେଲ୍‌ର ନାଁ ଆପଣଙ୍କ ପ୍ରସଙ୍ଗ ସହିତ ଜଡିତ ହେବା ଉଚିତ।

ଚ୍ୟାନେଲକୁ କେମିତି ମିଳିବ ହିଟ୍ସ:
ଚ୍ୟାନେଲରେ ଏକ ଭିଡିଓ ଅପଲୋଡ୍ କରିବାବେଳେ ଏହାର ରିଚ୍ ପାଇଁ ଭିଡିଓର ଟାଇଟଲ୍ ଏବଂ କୀ-ୱାର୍ଡ୍ସ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଭିଡିଓର ଟାଇଟଲ୍ ଏବଂ କୀ-ୱାର୍ଡ୍ସଗୁଡ଼ିକ ଯେତେ ଅଧିକ ଟ୍ରେଣ୍ଡ୍‌ ହେବ, ତାହା ଦର୍ଶକଙ୍କ ପାଖରେ ପହଞ୍ଚିବ।

କିପରି ହେବ ରୋଜଗାର:
ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ପରେ ତୁରନ୍ତ ରୋଜଗାର ଆରମ୍ଭ ହୁଏ ନାହିଁ। ଏଥିପାଇଁ ବହୁତ ଧୈର୍ଯ୍ୟ ଆବଶ୍ୟକ। ଧୀରେ ଧୀରେ, ଯେତେବେଳେ ଭିଡିଓର ରିଚିଂ ବଢିବା ଆରମ୍ଭ ହେବ ରୋଜଗାର ମଧ୍ୟ ଆରମ୍ଭ ହେବ। ପ୍ରାରମ୍ଭରେ, ଭିଡିଓକୁ ମନିଟାଇଜ୍ କରି ଏହାକୁ AdSense ସହିତ ଲିଙ୍କ୍ କରି, ଆପଣ ପ୍ରତ୍ୟେକ କ୍ଲିକ୍‌ରେ ୨୫ ପଇସା ପାଇପାରିବେ। ଭିୟୁଜ୍ ବଢିବା ସହିତ ରୋଜଗାର ମଧ୍ୟ ବୃଦ୍ଧି ପାଇବ।

Leave A Reply

Your email address will not be published.