Jai Odisha
News

ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ସାମଲ ବାପପୁଅଙ୍କୁ ସମନ କଲା ଇଡି

ଭଦ୍ରକ,୧୭/୦୨/୨୦୨୪: ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ସମନ କଲା ଇଡି । ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ସମନ କଲା ଇଡି । ଡକ୍ୟୁମେଣ୍ଟ ସହ ହାଜର ହେବାକୁ ସମନ କଲା ଇଡି । ଗତକାଲି ଇଡି ରେଡ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । କହିଥିଲେଲେ କେହି ପ୍ରମାଣ କରିଦେଲେ ରାଜନୀତିରୁ ସନ୍ନ୍ୟାସ ନେବି । ରାଜନୀତି କରୁଛୁ ହେଲେ କାହାର ଟଙ୍କାଟିଏ କି ଜମିଟିଏ ନେଇନୁ, ଏପରି କହିଲେ ପ୍ରଫୁଲ୍ଲ । ଗୁରୁବାର ବିଧାୟକଙ୍କ ଘରେ ଇଡି ଚଢାଉ କରିଥିଲା । ଇଡି ପକ୍ଷରୁ ଭଦ୍ରକ ସହର ୪ ସ୍ଥାନରେ ଚଢ଼ାଉ ହୋଇଥିଲା । ତେବେ ପ୍ରଫୁଲ୍ଲଙ୍କ ମୋଟ ୧୦ଟି ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡିଛି । ୨୦ କୋଟି ଜମି କେଳେଙ୍କାରୀ ଅଭିଯୋଗରେ ଇଡି ପକ୍ଷରୁ ଏହି ରେଡ କରାଯାଇଥିଲା ।

Leave A Reply

Your email address will not be published.