Jai Odisha
News

ନିର୍ବାଚନ ମହା ଉତ୍ସବ ଆରମ୍ଭ: ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନ ପାଇଁ ମତଦାନ ଆରମ୍ଭ

ସାଧାରଣ ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ ଆରମ୍ଭ ହୋଇଛି। ତାମିଲନାଡୁର ସମସ୍ତ ୩୯ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଉତ୍ତରାଖଣ୍ଡ ୫, ଅରୁଣାଚଳ ପ୍ରଦେଶ ୨,ମେଘାଳୟ ୧, ନାଗାଲାଣ୍ଡ ୧, ପୁଡ଼ୁଚେରୀ ୧, ସିକ୍କିମ୍ ୧, ଲାକ୍ଷାଦ୍ବୀପ ୧, ରାଜସ୍ଥାନ ୧୨, ଉତ୍ତରପ୍ରଦେଶ ୮, ମଧ୍ୟପ୍ରଦେଶ ୬, ମହାରାଷ୍ଟ୍ର ଏବଂ ଆସାମରେ ପ୍ରତ୍ୟେକ ୫,ବିହାର ୪, ପଶ୍ଚିମବଙ୍ଗ ୩ , ମଣିପୁର ୨ ଏବଂ ତ୍ରିପୁରା, ଜମ୍ମୁ-କାଶ୍ମୀର ଓ ଛତିଶଗଡ଼ରେ ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି। ଗତ ୨୦୧୯ ନିର୍ବାଚନରେ ୟୁପିଏ ଏହି ୧୦୨ଟି ଆସନରୁ ୪୫ଟି ଏବଂ ଏନଡିଏ ୪୧ଟି ଆସନରେ ବିଜୟୀ ହୋଇଥିଲା। ଏହିସବୁ ରାଜ୍ୟରେ ଯେଭଳି ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ, ୮ ର୍କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳ ନିବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧୬୨୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏଥିରେ ୧୪୯୧ ଜଣ ପୁରୁଷ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ମାଧ୍ୟମରେ ୨୧ ଟି ରାଜ୍ୟର ୧୦୨ ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ‘ରେକର୍ଡ ସଂଖ୍ୟାରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ’ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘୨୦୨୪ ଲୋକ ସଭା ନିର୍ବାଚନ ଆଜିଠାରୁ ଆରମ୍ଭ ହେଉଛି ’ ମୁଁ ଏହି ସିଟ ଉପରେ ଭୋଟ ଦେଉଥିବା ସମସ୍ତଙ୍କୁ ଅନୁରୋଧ କରୁଛି ଯେ ରେକର୍ଡ ସଂଖ୍ୟାରେ ସେମାନଙ୍କ ମତ ସାବ୍ୟସ୍ତ କରନ୍ତୁ। ମୁଁ ଭୋଟରଙ୍କୁ, ବିଶେଷ କରି ଯୁବକ ଏବଂ ପ୍ରଥମ ଥର ଭୋଟରଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ନିବେଦନ କରୁଛି।

Leave A Reply

Your email address will not be published.