Jai Odisha
News

ପଣକିଆରେ ଦୁଇଭଉଣୀଙ୍କ ନିର୍ବାଚନୀ ଗୀତ

ଭୋଟ ଦେବା ସମସ୍ତଙ୍କ ଅଧିକାର । ହେଲେ ଏହାକୁ ଆହୁରି ସହଜରେ ବୁଝେଇବାକୁ ଏକ ନିଆରା ଢଙ୍ଗରେ ପରିବେଷଣ କରିଛନ୍ତି ଦୁଇ ଭଉଣୀ । ତେଣୁ ସେ ପଣକିଆକୁ ମାଧ୍ୟମ କରିଛନ୍ତି । ଯାହାକି ଲୋକମାନେ ବୁଝିବାକୁ ସହଜ ହେବ । ଦୁଇ ଖନ୍ଦା ପଣକିଆ ମାଧ୍ୟମରେ ପ୍ରଥମେ କରୋନାର ଭୟବହତା ଏବଂ ନିରାକରଣର ବାର୍ତ୍ତା ଦେଇଥିଲେ। ଯାହାକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଇଥିଲା। ପରବର୍ତ୍ତୀ ସମୟରେ ଭ୍ରୂଣହତ୍ୟା, ଅଂଶୁଘାତ, ସଡ଼କ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ମିଲେଟ ମିସନ୍ ଭଳି ସାମାଜିକ ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ୧୦ ପଣକିଆ ପର‌୍ୟ୍ୟନ୍ତ ସଚେତନ କରିଥିଲେ। ମାଲକାନଗିରି ଜିଲ୍ଲାରେ ସଚେତନ ର ଆବଶ୍ୟକତା ବହୁତ ପରିମାଣରେ ରହିଛି । ଦୁର୍ଘଟଣା ରୋକିବା ଏବଂ ଲୋକଙ୍କୁ ସଡ଼କର ନିୟମ ପାଳନ ନେଇ ସଚେତନ କରିବାକୁ ଦୁଇ ଭଉଣୀ ୨୦୨୨ ମସିହାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଓ ପୁରସ୍କାର ମଧ୍ୟ ପାଇଥିଲେ । ତେଣୁ ପଣକିଆକୁ ସଂଗୀତର ରୂପ ଦେବାରେ ବିଶେଷ ସମସ୍ୟା ହୋଇ ନଥିଲା। ଆଗକୁ ମଧ୍ୟ ଏମିତି ପ୍ରୟାସ ଜାରି ରହିବ ବୋଲି ଦୁଇ ଭଉଣୀ କହିଛନ୍ତି।

Leave A Reply

Your email address will not be published.