Jai Odisha
News

ଲୋକଙ୍କ ସହ କ୍ରିକେଟ ଖେଳୁଛନ୍ତି ଗଜରାଜ : ମାରୁଛନ୍ତି ଛକା ଚଉକା

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଅଛି, ଯାହା ଦ୍ରୁତ ଗତିରେ ଭାଇରାଲ ହୋଇଥାଏ । ଏହି ଭିଡିଓଗୁଡିକ ମଧ୍ୟରୁ ଅନେକ ସମୟରେ କ୍ରିକେଟ୍ ମ୍ୟାଚ୍‌ର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଆପଣ କେବେ ପଶୁମାନଙ୍କୁ କ୍ରିକେଟ୍ ଖେଳୁଥିବା ଦେଖିଛନ୍ତି କି? ହଁ ଯଦି ବି ଦେଖି ଥିବେ ତେବେ ତେବେ ତାହା ସର୍କସରେ ଦେଖିଥିବେ କିନ୍ତୁ ଆମେ ଆପଣଙ୍କୁ ଯେଉଁ ଭିଡ଼ିଓ ଦେଖାଇବୁ ସେଥିରେ ଗଜରାଜ ଗାଁ ଲୋକଙ୍କ ସହ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି । ଆଜିକାଲି ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି।
ଭିଡିଓରେ ଦେଖାଯାଇଥିବା ପରି ଜଣେ ବ୍ୟକ୍ତି ହାତୀ ଆଡକୁ ଏକ ବଲ ଫିଙ୍ଗିଥାଏ, ଯେତେବେଳେ ହାତୀଟି ତା’ର ଶୁଣ୍ଢରେ ରେ ଧରି ଥିବା ବ୍ୟାଟ୍ ସାହାଯ୍ୟରେ ବଲକୁ ବାଡ଼େଇଥାଏ । ଭିଡିଓ ଆରମ୍ଭରେ ହାତୀ ଏକ ବ୍ୟାଟ୍ ଧରି କ୍ଷେତର ଧାରରେ ଠିଆ ହୋଇଛି। ତା’ପରେ ଜଣେ ବ୍ୟକ୍ତି ବୋଲିଂ କରି ବଲ୍ ଫିଙ୍ଗିଦିଅନ୍ତି ଏବଂ ହାତୀ ବିଳମ୍ବ ନକରି ଛକା ଚଉକା ମାରିଛି ।
ଏହି ଭିଡିଓକୁ ୬ ହଜାରରୁ ଅଧିକ ଲାଇକ୍ ମିଳିଛି । ଏହି ଭିଡିଓ ଇଣ୍ଟରନେଟରେ ଲୋକଙ୍କ ହୃଦୟ ଜିତୁଛି । କ୍ୟାପସନକୁ ଦେଖିଲେ ଲାଗୁଛି ଯେ ଏହି ଭିଡିଓ କେରଳର ଏକ ସ୍ଥାନରୁ ଆସିଛି ।

Leave A Reply

Your email address will not be published.