Jai Odisha
News

୨୫ ବର୍ଷ ଶାସନରେ ବି ନାହିଁ ଜମିପଟ୍ଟା

ଓଡିଶାକୁ ଶାସନ କଲେଣି ୨୫ ବର୍ଷ । ହେଲେ ୨୫ବର୍ଷ ଶାସନ ଭିତରେ ଓଡିଶା କଣ ପାଇଛି ଯେତେବେଳେ ପ୍ରଶ୍ନ ଆସେ ଅନେକଙ୍କ ପାଟି ବନ୍ଦ ହୋଇଯାଏ । କେତେ ସରକାରୀ ବାବୁଙ୍କ ପାଦ ଧରି ଧରି ସମୟ ଗଲାଣି ତ କେତେବେଳେ ଅଫିସ ଦଉଡି ଦଉଡି । ନାଁ ମିଳୁଛି ନ୍ୟାୟ ନା ଉପାୟ । ୨୫ବର୍ଷ ଶାସନ ମଧ୍ୟରେ ଲୋକଙ୍କ ନାମରେ ଜମିପଟ୍ଟା ହୋଇପାରୁନାହିଁ କି ତାହାର ତଥ୍ୟ ମିଳିପାରୁନାହିଁ । ଏମିତି ଏକ ଅଭାବନୀୟ ଘଟଣା ଦେଖୀବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ନାଗପୁର ରାଜସ୍ୱ ମୌଜାର ଜମି ଗୁଡି କରେ । ତହସିଲ ଅଫିସ ଓ ଜିଲ୍ଲାପାଳ ଅଫିସ ବୁଲିବୁଲି ଲୋକଙ୍କ ପାଦ ଘୋରି ହୋଇଗଲାଣି ହେଲେ ସରକାରୀ ବାବୁ ମାନେ ଶୁଣିବାକୁ ନାରାଜ । ଲୋକଙ୍କ ଅଭିଯୋଗ ଅନୁସାରେ ନାଗପୁର ମୌଜାରେ ପ୍ରଜାମାନଙ୍କୁ ୨୦୧୮ ମସିହାରୁ ଚକବନ୍ଦୀ ପଟ୍ଟା ପ୍ରଦାନ କରାଯାଇଥିଲେ ମଧ୍ୟ ଉକ୍ତ ଜମିମାନଙ୍କର ରେକର୍ଡ ବାଲିକୁଦା ତହସିଲ କିମ୍ବା ଜିଲ୍ଲାପାଳଙ୍କ ରେକର୍ଡରୁମରେ ମିଳିପାରୁ ନାହିଁ କିମ୍ବା ଅନଲାଇନରେ ମଧ୍ୟ ଜମିଗୁଡିକର ରେକର୍ଡ ମଧ୍ୟ ନାହିଁ । ଯାହାଫଳରେ ଲୋକମାନେ ବିଭିନ୍ନ ସୁବିଧା ଓ ଅସୁବିଧା ସମୟରେ ଜମିଗୁଡିକ କିଣାବିକା କରିପାରୁନାହାନତି । ଏହି ଅସୁବିଧା ଆଜି ନୁହେଁ ୬ ବର୍ଷ ହେବ ଲାଗିରହିଲାଣି । ଅସୁବିଧା କୁ ନେଇ ମାନ୍ୟବର କୋର୍ଟର ଦ୍ୱାରସ୍ଥ ହେଲେ ମଧ୍ୟ କୋର୍ଟର ନିର୍ଦ୍ଦେଶ ନିର୍ଦ୍ଦେଶରେ ରହିଯାଇଛି । ତେଣୁ ଏହାର ସମାଧାନ ପାଇଁ ଉତ୍କଳ ସମାଜ ପକ୍ଷରୁ ଜଗତସିଂହପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.