Jai Odisha
News

ସହର ସାରା ଘୁରି ବୁଲୁଛି ନକଲି ପାଣି

ପାଣି କିଣୁଛନ୍ତି କି ? ଖରାଦିନ ଆସିଲାଣି, ଯେଉଁ ପାଣି କିଣିକି ପିଉଁଛନ୍ତି ସେହି ଶୁଦ୍ଧ ତ ? ସାରା ରାଜ୍ୟରେ ଘୂରି ବୁଲୁଛି ନକଲି ପାଣି । ଅଧିକାଂଶ ଲୋକେ ପାଣି ନାଁ ରେ ଜହର ବିକୁଛନ୍ତି । ନାଁ ସାର୍ଟିଫିକେଟ ଅଛି ନା ସିଲ୍ ।ଏତେ ସବୁ ନିୟମ ପରେ ମଧ୍ୟ ଲୋକମାନେ ଚେତୁନାହାନ୍ତି । କେବଳ ୧୦ ଟଙ୍କିଆ ପାଣି ନୁହଁ , ଜାରରେ ଥିବା ପାଣି ଉପରେ ମଧ୍ୟ ରୋକ ଲାଗିଛି । ହେଲେ ଅଧିକାଂଶ ବାହଘର, ବ୍ରତଘର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯେଉଁ ପାଣି ଜାର ମିଳୁଛି ସେଥିରେ ସିଲ ରହୁନାହିଁ । ବିଏସଆଇ ସିଲ ବିନା ଏ ପାଣି କିଏ ବିକ୍ରି କରୁଛି?ସେମାନଙ୍କ ଉପରେ କାହିଁକି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ? ନିୟମ ଅନୁସାରେ ଜଣେ ପାଣି କାରଖାନା ଖୋଲିବାକୁ ପଡିଲେ ତାକୁ ଏସଓପି ପାଳନ କରିବାକୁ ପଡିବ । ଆବଶ୍ୟକ ଘର, ବିଶୋଧନ ଜଳ ଉପରେ ବିଆଇଏସ ର ଟିମ ଯାଂଚ କରିବ । ପରେ ଆଇଏଆଇ ମାର୍କ ମିଳିବ । ଯଦି ଏ ସବୁ ଯାଂଚ ହେଉଛି ତାହେଲେ ଏ ପାଣି ବୋତଲ କେଉଁଠାରୁ ଆସୁଛି । ଏହି ସବୁ ତଥ୍ୟ ଉପରେ ବିଭାଗ ପାଖରେ ଖବର ନାହିଁ ।

Leave A Reply

Your email address will not be published.