Jai Odisha
News

ମାନସିକ ପୂରଣ କରୁଛି ୫ଗୋଡ଼ିଆ ଷଣ୍ଢ

ଆଜି କାଲି ବିଶ୍ୱାସ ଅନ୍ଧବିଶ୍ୱାସରେ ମଣିଷ ବଂଚିଛି | ନିଜର ମନସ୍କାମନା ପୁରଣ କରିବା ପାଇଁ ମଣିଷ ଯେ କୌଣସି ସୀମା ମଧ୍ୟ ପାର କରିଯାଉଛି | ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ କି 5 ଗୋଡିଆ ଷଣ୍ଢ ଲୋକଙ୍କ ମାନସିକ ପୁରଣ କରୁଛି | ଯେମିତି ନନ୍ଦୀ କାନରେ ଯେ କୌଣସି କଥା କହିଲେ ପୂରଣ ହେବ ବୋଲି ବିଶ୍ୱାସ ରହିଛି ସେହିପରି ଏହି 5 ଗୋଡିଆ ଷଣ୍ଢ କାନରେ କହିଲେ ଲୋକଙ୍କ ମାନସିକ ପୁରଣ ହେଉଛି ବୋଲି ଅନେକ କହୁଛନ୍ତି | ପ୍ରତି ସୋମବାର ଓ ଶନିବାର ଦିନ ସେଠି ଭିଡ଼ ଦେଖିବାକୁ ମିଳୁଛି | କେହି କେହି ଏହି ଷଣ୍ଢ କୁ ନନ୍ଦୀ ବୋଲି ମଧ୍ୟ କହୁଛନ୍ତି | ଏହି ଷଣ୍ଢ ଟି ବର୍ତ୍ତମାନ ପଟିଆ ସ୍ଥିତ ଗୋ ଶାଳା ରେ ରହିଛି |  ବୁଲା ଗୋରୁ ଗାଈ ବା ଦୁର୍ଘଟଣାର ଶିକାର ହୋଇଥିବା ଜୀବଜନ୍ତୁଙ୍କୁ ନ ମାରି ଏହି ଗୋ ଶାଳାରେ ଛାଡିବାକୁ ନିବେଦନ କରିଛନ୍ତି ଗୋ ସେବକ । ଏହା ବିଶ୍ୱାସ ନା ଅନ୍ଧବିଶ୍ୱାସ ତାହା ତ ସମୟ କହିବ । କିନ୍ତୁ ଏ ପର୍ଯ୍ୟନ୍ତ ଯିଏ ବି ମାନସିକ ନେଇ ଏହି ଷଣ୍ଢ ପାଖକୁ ଆସିଛନ୍ତି ସେ

Leave A Reply

Your email address will not be published.