Jai Odisha
News

ମହିଳାମାନଙ୍କୁ ମାଗଣା ଟିକେଟ

ଆଜି ହେଉଛି ମାର୍ଚ୍ଚ ମାସ  ୮ ତାରିଖ ଯାହାକୁ ସାରା ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଏ । ଆଜିର ଦିନକୁ ସ୍ୱତନ୍ତ୍ର କରିବା ପାଇଁ ସାରା ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।  ୨୦୧୯ ମସିହା ପରଠାରୁ ପ୍ରତିବର୍ଷ ମହିଳା ଦିବସରେ ମହିଳାମାନେ ଭାରତର ଯେକୈାଣସି ସ୍ଥାନକୁ ମାଗଣାରେ ବୁଲିବାର ଅନୁମତି ଦିଆଯାଇଛି | ଏହି ଅବସରରେ ସଂସ୍କୃତି ବିଭାଗ ତରଫରୁ  ଭାରତୀୟ ମହିଳା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ସ୍ୱରୂପ ମାଗଣା ଟିକେଟ ଦିଆଯାଇଛି ।  ଲାଲକିଲ୍ଲା , କୁତବମିନାର , ଆଗ୍ରା କିଲ୍ଲା , ଫତେହପୁର ସିକ୍ରି ଭଳି ଅନେକ ସ୍ଥାନରେ ମାଗଣାରେ ବୁଲିପାରିବେ । ଏହାସହ  ଲାଲ କିଲ୍ଲା , କୁତବମିନାରରେ ଆପଣ ବିନା ଟିକେଟରେ ଏଣ୍ଟ୍ରି କରିପାରିବେ

Leave A Reply

Your email address will not be published.